ପିକ୍‌ନିକ୍‌ ବସ୍‌ ସହ ଟ୍ରେଲର, ହାଇୱା ଧକ୍କା; ୪୦ଆହତ

0
38
ପିକ୍‌ନିକ୍‌ ବସ୍‌ ସହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୪/୦୧) : ଢେଙ୍କାନାଳ ଜିଲ୍ଲା ମହାବୀରରୋଡ ଥାନା ଭେଜିଆ ଛକରେ ଆଜି ସକାଳୁ ଘଟିଛି ସିରିଜ୍‌ ଦୁର୍ଘଟଣା ।

ଏକ ପିକ୍‌ନିକ୍‌ ବସ୍‌ ସହ ଟ୍ରେଲର ଓ ହାଇୱା ଧକ୍କା ହେବା ଫଳରେ ୪୦ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ତାଳଚେରସ୍ଥିତ ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ‘ନିରୂପମା’ ନାମକ ଏକ ପିକନିକ ବସ୍‌ ଆଜି ସକାଳେ ସମ୍ବଲପୁରରୁ ବଡ଼ଚଣା ଅଞ୍ଚଳକୁ ଫେରୁଥିଲା । ଉକ୍ତ ବସ୍‌ରେ ପ୍ରାୟ ୪୦ ଯାତ୍ରୀ ଥିଲେ । ସେମାନେ ପିକ୍‌ନିକ୍‌ ସାରି ବଡ଼ଚଣା ଅଞ୍ଚଳରେ ଥିବା ନିଜ ଗାଁକୁ ଫେରୁଥିଲେ । ମାତ୍ର ମହାବୀରରୋଡ ଥାନା ଭେଜିଆ ଛକରେ ପ୍ରଥମେ ଏକ ହାଇୱା ସହ ବସ୍‌ର ଧକ୍କା ହୋଇଥିଲା ।

ଏହାପରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ବସ୍‌କୁ ପିଟିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଓ ମହାବିରୋଡ଼ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ତାଳଚେର ସ୍ଥିତ ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ହାଇୱା ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।