ଲକ୍ଷ୍ମୀ ମୃତ୍ୟୁ ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବିରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା

0
45
ଲକ୍ଷ୍ମୀ ମୃତ୍ୟୁ ମାମଲାର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୪/୧) : ଆଜି ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) ତରଫରୁ ଏକ ଟିମ ଚନ୍ଦ୍ରପୁର ମେଡିକାଲ ଭିତରେ ଲକ୍ଷ୍ମୀ ମାଝୀଙ୍କୁ ହତ୍ଯା କରାଯାଉଥିବା ସ୍ଥାନକୁ ଯାଇ ତଦନ୍ତ କରିବା ସହ ଚନ୍ଦ୍ରପୁର ଥାନା ରେ ରହିଥିବା ଏସ୍ ଡି ପି ଓ ଙ୍କ ସହ ସାକ୍ଷାତ କରିଥିଲେ ।

ତଦନ୍ତକୁ ତ୍ଵରାନିତ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତଦନ୍ତ କମିଟି ଦାବି କରିଛନ୍ତି । ମେଡିକାଲ ଭିତରେ ଲକ୍ଷ୍ମୀ ମାଝି ଗୃହ ନିକଟରେ ପୋଡ଼ି ଦିଆଯାଇଥିବା ଆଦିବାସୀ ଯୁବତୀ ମୃତ୍ୟ ର ବିଚାର ବିଭାଗୀୟ ତଦନ୍ତ ପାଇଁ ସିପିଆଇ (ଏମ ,ଏଲ) ଲିବରେସନ ଓ ଆାଦିବାସୀ ସଂଘର୍ଷ ମୋର୍ଚା (ASM) ରାୟଗଡ଼ା ଜିଲ୍ଲାର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଦାବି କରିଛନ୍ତି । ମୃତ ଆଦିବାସୀ ଝିଅ ଏଲିଶା ନାମକ ଏକ ଏନ୍ ଜି ଓ ରେ ୨୦୧୯ ଠାରୁ କାର୍ଯ୍ୟ କରି ଆସୁଥିଲେ । ତାଙ୍କ ପିତା ବେଲଦାର ମାଝୀ ଙ୍କ କହିବା ଅନୁସାରେ ଲକ୍ଷ୍ମୀ ମାଝୀ ଙ୍କ ଦରପୋଡା ମୃତଦେହ ଅଫିସ ନିକଟ ଏକ ପରିତ୍ୟକ୍ତ ଘରୁ ମିଳିଥିବାରୁ ଏବେ ଜନସାଧାରଣ ଙ୍କ ଭିତରେ ସନ୍ଦେହ ସୃଷ୍ଟି ହୋଇଛି ।

ହଁ ଏଠି ଉଲ୍ଲେଖ ଥାଉ କି, ଇତିଶ୍ରୀ ମାମଲାରେ ମଧ୍ୟ ପୋଲିସ ଆକ୍ସନ ନେବାରେ ବିଳମ୍ବ ହେଇଥିଲା ଓ ପରେ ଦୋଷୀ କିଏ ଜାଣିବା କଷ୍ଟକର ହୋଇପଡିଥିଲା । ତେଣୁ ତୁରନ୍ତ ବିଚାରବିଭାଗୀୟ ତଦନ୍ତ କରିବାକୁ ତ୍ରୀପତି ଗମାଙ୍ଗ ଦାବି କରିଛନ୍ତି । ଏହି ତଦନ୍ତ କମିଟିର ମୂଖ୍ୟ ତ୍ରୀପତି ଗମାଙ୍ଗ ଥିବା ବେଳେ ବୃନ୍ଦାବନ ବିଡିକା, ଯୋହନ କ୍ରେପୁଟିକା, ଆନଦଂ ପ୍ରସ୍କା, କରୁଣା କର ଲିମା, ସୁନିଲ ପ୍ରାସ କମିଟିର ସଦସ୍ୟ ଥିବା ସୂଚନା ମିଳିଛି ।