ଆସନ୍ତା ୬ ତାରିଖ ରୁ ଆରମ୍ଭ ହେବ ସୁବର୍ଣ୍ଣ ଲୋକ ମହୋତ୍ସବ

0
51
ଆସନ୍ତା ୬

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୪/୦୧) : ଆସନ୍ତା ୬ ତାରିଖ ଠାରୁ ୧୦ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମ୍ ଠାରେ ଚାଲିବ ସୁବର୍ଣ୍ଣ ଲୋକ ମହୋତ୍ସବ

ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳା, ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଓ ନୃତ୍ୟ ଗୀତର ମହାପାର୍ବଣ ସହ ଆସନ୍ତା ୬ ତାରିଖ ରୁ ସୁବର୍ଣ୍ଣ ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ର ସମସ୍ତ ରୂପରେଖ ସମ୍ବନ୍ଧରେ ଚୁଡାନ୍ତ ସୂଚନା ଦେଇଛନ୍ତି । ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ ସହ ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ।ରୋପ କରିବାସହ ସମସ୍ତ ଜନସାଧାରଣ ଙ୍କ ସହଯୋଗ ଲୋଡ଼ିଥିଲେ ।

ରାଜ୍ୟ ତଥା ରାଜ୍ୟବାହାର କଳାକାରମାନେ ଏହି ମହୋତ୍ସବରେ ଯୋଗଦେବାପାଇଁ ଥିବାରୁ ସମସ୍ତେ ଏଠାରୁ ଏକ ସୁନ୍ଦର ଅନୁଭୂତି ନେଇ ଯେପରି ପ୍ରତ୍ୟାବର୍ତ୍ତନ କରିବେ ସେଥିପାଇଁ ମହୋତ୍ସବ କମିଟି ପକ୍ଷରୁ ଯଥେଷ୍ଟ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ ।