ଓଡ଼ିଆ ଭାଷା ରୋଜଗାର ଓ ଶାସନ ର ଭାଷା ହେଉ : ପ୍ରଶାନ୍ତ ମିଶ୍ର

0
47
ଓଡ଼ିଆ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୪/୧) : ଓଡ଼ିଆ ଭାଷାକୁ ନେଇ ଆଜି ଆମେ ଗର୍ବ ଅନୁଭବ କରୁଛେ, ଓଡ଼ିଆ ସଂସ୍କୃତି ଆଜି ବିଶ୍ୱ ଦରବାର ରେ ସୁନାମ ଅର୍ଜନ କରିଛି, କିନ୍ତୁ ଏହା ଶାସନ ଓ ରୋଜଗାର ର ଭାଷା ହୋଇ ରହିଲା ନାହିଁ ବୋଲି ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ସଭାପତି ଶ୍ରୀ ପ୍ରଶାନ୍ତ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି ।

ଆସନ୍ତା ଫେବୃଆରୀ ମାସ ରେ ଓଡିଶା ସରକାର ଭୁବନେଶ୍ୱର ଠାରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରିବାକୁ ଯୋଜନା କରିଛନ୍ତି, ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଓ ସମୟପଯୋଗୀ ପଦକ୍ଷେପ । ଏଣୁ ଏହି ମର୍ମ ରେ ଓଡ଼ିଆ ଭସାବିତ ମାନଙ୍କ ପାଇଁ ଏହି ସମ୍ମିଳନୀ ଏକ ସୁଯୋଗ ଆଣି ଦେବ କି ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇ ଏକ ଦଶନ୍ଧି ହୋଇଯାଇଛି ତଥାପି ଏବେ ଯାଏଁ ଓଡ଼ିଆ ଭାଷା ଶାସନ ଓ ରୋଜଗାର ର ଭାଷା ହୋଇପାରିଲା ନାହିଁ ।

ଏବେ ମଧ୍ୟ କୌଣସି ସରକାର ଦପ୍ତରରେ ଓଡ଼ିଆ ଭାଷାରେ ଚିଠି ପତ୍ର ହେଉ ନାହିଁ, ଏଣୁ ବିଶ୍ୱ ଓଡ଼ିଆ ସମିଳନୀରେ ଏକ ନୀତିଗତ ନିଷ୍ପତି ହେବା ଆବଶ୍ୟକ କି ଇଂରାଜୀ ବିଦ୍ୟାଳୟ ରେ ଓଡ଼ିଆ ବାଧ୍ୟତା ମୂଳକ ବିଷୟ ହେବା ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ବାଧ୍ୟତା ମୂଳକ ହେବା ଆବଶ୍ୟକ, ନଚେତ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ହେବା ଆବଶ୍ୟକ ହୋଇ ପଡିଛି ବୋଲି ଭାଷା ବିତ ମାନେ ମତ ପୋଷଣ କରିଛନ୍ତି, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ଓଡ଼ିଆ ଭାଷାର ପ୍ରସାର ଓ ପ୍ରଚାର ପାଇଁ ସର୍ବଦା ଉଦ୍ୟମ କରୁଛି ବୋଲି ଶ୍ରୀ ମିଶ୍ର ଏକ ସ୍ସକ୍ଷାତକାର ରେ କହିଛନ୍ତି । ଆଜିର ଯୁବ ପିଢ଼ି ୟୁଟୁବ, ଫେସବୁକ ଗୁଗୁଲ ନିଶାରେ ପଡ଼ି ନିଜ ମାତୃଭାଷା କୁ ଭୁଲି ଯାଉଥିବା ସେ କହିଛନ୍ତି ।