ଗାଧୁଆ ତୁଠ କୁ ଯାଇ ନିଜ ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣି ହତ୍ୟା, ଅଭିଯୁକ୍ତ ସ୍ବାମୀ ଗିରଫ

0
37
ଗାଧୁଆ ତୁଠ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ପାଟଣାଗଡ, (୦୫/୦୧) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନସ୍ଥ ବ୍ରହ୍ମପୁରା ଗ୍ରାମରେ ଗାଧୁଆ ତୁଠ କୁ ଯାଇ ନିଜ ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି ।

ପ୍ରକାଶ ଯେ, ସ୍ତ୍ରୀ ଅଞ୍ଜନା ବାଗକୁ ଟାଙ୍ଗୀଆରେ ହାଣି ନିର୍ମମ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସ୍ୱାମୀ କୃଷ୍ଣଚନ୍ଦ୍ର ବାଗ ଗୋଧୋଇବା ପାଇଁ ଯାଇଥିବା ନିଜ ସ୍ତ୍ରୀ ନିକଟ କୁ ଉକ୍ତ ଗାଧୁଆ ତୁଠ କୁ ଯାଇ କୌଣସି କଥା କୁ ନେଇ ପାଟି, ତୁଣ୍ଡ କରିଥିଲା । ଏହି ସାମାନ୍ୟ ପାଟି, ତୁଣ୍ଡ ପରେ କ୍ରୋଧ, ଜର୍ଜରିତ ହୋଇ ନିଜ ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣି ନିର୍ମମ ଭାବେ ଜୀବନ ନେଇ ଯାଇ ଫେରାର ହୋଇ ଯାଇଥିଲା ଅଭିଯୁକ୍ତ କୃଷ୍ନଚନ୍ଦ୍ର । ପାଟଣାଗଡ଼ ଥାନା ବ୍ରହ୍ମପୁରା ଗ୍ରାମରେ ଏଭଳି ବିଭତ୍ସ ହତ୍ଯା କାଣ୍ଡ ଘଟିଥିବା ବେଳେ ପୋଲିସ ଗାଧୁଆ ତୁଠ ରୁ ସବ ଜବତ କରି ବ୍ୟବଛେଦ କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ର ବାଗକୁ ଗିରଫ କରିଛି । କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥିବା ବେଳେ ଜୀବନରେ ମାରି ନିଜ ସ୍ତ୍ରୀକୁ ହତ୍ୟା କାହିଁକି କରିଛି ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ପ୍ରକାଶ ପାଇଛି ।