ଗଜପତି ଜିଲ୍ଲପାଳ ଶିଆଳି ଗ୍ରାମ ଠାରେ ଥିବା ଅଙ୍ଗନାୱାଡି କେନ୍ଦ୍ରକୁ ପରିଦର୍ଶନ

0
50
ଗଜପତି ଜିଲ୍ଲପାଳ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୬/୦୧) : ଗଜପତି ଜିଲ୍ଲପାଳ ସ୍ମୃତି ରଞ୍ଜନ ପ୍ରଧାନ କାଶୀନଗର ବ୍ଲକର ଶିଆଳି ପଞ୍ଚାୟତର ଶିଆଳି ଗ୍ରାମ ଠାରେ ଥିବା ଅଙ୍ଗନାୱାଡି କେନ୍ଦ୍ରକୁ ପରିଦର୍ଶନ କରି କେନ୍ଦ୍ରରେ ଆରମ୍ଭ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟ ଓଜନ ଉତ୍ସବ ଉନୁଧ୍ୟାନ କରିଥିଲେ ।

ଏହି ଓଜନ କାର୍ଯ୍ୟକ୍ରମ ରେ କେନ୍ଦ୍ରରେ ଥିବା ୮୬ ଜଣ ଛାତ୍ର ଛାତ୍ରୀ ଙ୍କ ଓଜନ ସହ ଉଚତା ମାପ କରାଯାଇଥିଲା । ଗଜପତି ଜିଲ୍ଲପାଳ ଙ୍କ ପରିଦର୍ଶନ ସମୟରେ ସ୍ଥାନୀୟ ବି ଡି ଓ ଅନୁପ କୁମାର ପଣ୍ଡା,ସି ଡି ପି ଓ କନକ ଲତା ପୂଜାରୀ, ସୁପରଭାଇଜର ବି. କୋମଳଙ୍ଗି ଓ ସ୍ଥାନୀୟ ସୁପେରଭାଇଜର ଉପସ୍ଥିତ ଥିଲେ. ଏହା ପରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଖଣ୍ଡଭା ଗ୍ରାମରେ ପହଞ୍ଚି ଆମ ଓଡିଶା ନବୀନ ଓଡିଶା ଅନୁଦାନ ରେ ନିର୍ମାଣ ହେଉଥିବା ଗୌଡ଼ ସାହି ମଣ୍ଡପର କାର୍ଯ୍ୟ ତଦାରଖ କରିଥିଲେ । କାଶୀନଗର ତହସିଲ ତରଫରୁ ଆୟୋଜନ ହୋଇଥିବା ରାଜସ୍ବ ମେଳା ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉଦ୍ଘାଟନ କରି ୧୧୩ ଜଣ ପଞ୍ଚାୟତ ବାସୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ଏହି ରାଜସ୍ବ ମେଳାରେ କାଶୀନଗର ତହସିଲଦାର ଅଶୋକ କୁମାର ପ୍ରଧାନ, ସ୍ଥାନୀୟ ବି ଡି ଓ ଅନୁପ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା,ଖଣ୍ଡଵା ରାଜସ୍ବ ନିରୀକ୍ଷକ, ସରପଞ୍ଚ ଓ ସମିତି ସଭ୍ୟ ଆର ସତୀଶ କୁମାର ଉପସ୍ଥିତ ଥିଲେ ।