ସୁବର୍ଣ୍ଣ ଲୋକ ମହୋତ୍ସବ -୨୦୨୪ ଉଦଘାଟିତ

0
41
ସୁବର୍ଣ୍ଣ ଲୋକ ମହୋତ୍ସବ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୧) : ଜିଲ୍ଳା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳା ଓ ନୃତ୍ୟ ଗୀତ ର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ – ୨୦୨୪ ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି l

ସୁବର୍ଣ୍ଣ ଲୋକ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ସମ୍ମାନୀତ, ବିଧାୟକ ପଦ୍ମନାଭ ବେହେରା , ସମ୍ବଲପୁର କୃଷି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପୃଥ୍ୱୀରlଜ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରି ସୁବର୍ଣ୍ଣପୁରର କଳା ସଂସ୍କୃତି ପର୍ଯ୍ୟଟନ ଦେଶ ବିଦେଶର ଲୋକଙ୍କୁ ଆକୃଷ୍ଟ କରିଛି ବୋଲି କହିଥିଲେ l ଜିଲ୍ଲା ଉନ୍ନୟନ ଓ ପଲ୍ଲୀଶ୍ରୀ ମେଳା କୁ ସମସ୍ତ ଅତିଥି ବୁଲି ଦେଖିଥିଲେ l ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାକୁ କବି ପ୍ରଦ୍ୟୁମ୍ନ ସାହୁ ସଂଯୋଜନl କରିଥିବା ବେଳେ ଏଡିଏମ୍ ଅଞ୍ଜଲିନl ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l

ସାଂସ୍କୃତିକ ସଂଧ୍ୟାରେ ଜିଲ୍ଲା ତଥା ବିଭିନ୍ନ ଜିଲ୍ଳା ସମ୍ବଲପୁରର ରଙ୍ଗ ଫରୁଆ, କଳାହାଣ୍ଡିର ଢୁଡୁକl, ଗଞ୍ଜାମର ପଶୁ ନୃତ୍ୟ, ସୋନପୁରର ପଏଁରୀ, ତଥା ରାଜ୍ୟ ର କଳାକାର ମାନଂକ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିବା ବେଳେ ବିଳମ୍ୱିତ ରାତି ଯାଏ ହଜାର ହଜାର ଦର୍ଶକ ନାଚ ଗୀତ କୁ ଉପଭୋଗ କରିଥିଲେ ଶତ୍ରୁଘ୍ନ ଲୁହା ଓ ଉମେଶ କୁମ୍ଭାରଙ୍କ ନିର୍ଦ୍ଦେଶନାରେ ଭୀମଭୋଇ କଳl ପରିଷଦ ର କଳାକାର ମାନଙ୍କ ଦ୍ବାରା ସ୍ଵାଗତ ସଂଗୀତ ପରିବେଷଣ କରାଯାଇଥିଲା l ସେହିପରି ସକାଳ ୧୦ ଟାରେ ଇଷ୍ଟଦେବୀ ମ ସୁରେଶ୍ବରୀ ଙ୍କ ପାଖରୁ ଏକ ମଶାଲ ଶୋଭାଯାତ୍ରା ଓ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇ ଯାଇଥିଲା l

ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ନେତୃତ୍ୱରେ ଦେବୀ ମା ସୁରେଶ୍ୱରୀଙ୍କ ପୀଠରୁ ଏହି ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ରାମେଶ୍ଵର ଷ୍ଟାଡିୟମରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ଏଡିଏମ ଅଞ୍ଜଳିନl ପଧାନ, ଜିଲ୍ଲା ପରିଷଦ ଅଧିକାରୀ ଅଶ୍ୱିନୀ ମେହେର, ପିଡି ବିଶ୍ବ ନାଥ ବାରିକ୍, ଉପ ଜିଲ୍ଲାପାଳ ଇପ୍ସିତା ପ୍ରିୟ ଦର୍ଶନି ମିଶ୍ର, ଗଦାଧର ବାରିକ୍, ଲଡୁ କିଶୋର ମଲ୍ଲିକ, ଗୋବିନ୍ଦ ମହାନା, ଶେଷ ଦେବ ମେହେର, ଙ୍କ ସମେତ ଜିଲ୍ଲାର ଜିଲ୍ଲା ସ୍ତରୀୟ ଅଧିକାରୀ ,ସରକାରୀ କର୍ମଚାରୀ, ସଂସ୍କୃତି ପ୍ରେମୀ, ମିଡ଼ିଆ, ବୁଦ୍ଧିଜୀବୀଙ୍କ ସମେତ ଶହ ଶହ କଳାକାର, ସାମାଜିକ ଅନୁଷ୍ଠାନ ସାମିଲ ହୋଇଥିଲେ । କଳାକାର ମାନେ ଶୋଭାଯାତ୍ରା ସମୟରେ ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜର ଲୋକ ନୃତ୍ୟ ପରିବେଷଣ କରିଥିଲେ ।

ଦେବୀ ମା ସୁରେଶ୍ୱରୀଙ୍କ ପାଖରେ ପୂଜା ଆରାଧନା କରାଯିବା ପରେ ମହୋତ୍ସବର ମଶାଲ ଶୋଭାଯାତ୍ରା ବାହାରିଥିଲା । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ମଶାଲ ଧରି ଏହି ସାଂସ୍କୃତିକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହି ମଶାଲ ଯାତ୍ରା ମିନି ଷ୍ଟାଡିୟମରେ ପହଞ୍ଚିବା ପରେ ମଞ୍ଚ ପୂଜା କରାଯାଇ ମହୋତ୍ସବର ମଶାଲକୁ ଦେବୀଙ୍କ ପ୍ରତିକୃତି ତଳେ ପ୍ରତିଷ୍ଠା କରାଯାଇଥିଲା । ଜିଲ୍ଲା ସଂସ୍କୃତି ପରିଷଦ, ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ପାଞ୍ଚ ଦିନ ଧରି ଚାଲିବ । ଜିଲ୍ଲାର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ପାଞ୍ଚ ଦିନ ବ୍ୟାପି ନିଜ ନିଜର ଲୋକ ନୃତ୍ୟ ପରିବେଷଣ କରିବାର ସୁଯୋଗ ପାଇଥିଲେ l