କାଶୀନଗର ବ୍ଲକ ଓ ଏନ ଏ ସି ତରଫରୁ ଖେଳ ପ୍ରତିଯୋଗିତା ଅନୁଷ୍ଠିତ

2
78
କାଶୀନଗର ବ୍ଲକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୭/୦୧) : କାଶୀନଗର ବ୍ଲକ ଓ ଏନ ଏ ସି ତରଫରୁ ଗତ କାଲି ସ୍ଥାନୀୟ ହାଇସ୍କୁଲ ପଡିଆରେ ଚାଲିଥିବା ଚତୁର୍ଥ ଦିନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

କାଶୀନଗର ବ୍ଲକ ଓ ଏନ ଏ ସି ତରଫରୁ ଖେଳ ପ୍ରତିଯୋଗିତା ଅନୁଷ୍ଠିତ । ଗତ କାଲିର ଖେଳରେ ଗରିବନ୍ଧା ହାଇସ୍କୁଲ ଓ ଶ୍ରୀରାମ ଜୁନିୟର କଲେଜ ଟିମ ମଧ୍ୟରେ ଅନୁଷ୍ଠିତ କବାଡି ଫାଇନାଲ ମ୍ୟାଚରେ ଗରିବନ୍ଧା ହାଇସ୍କୁଲ ବାଳିକା ଦଳ ବ୍ଲକରେ ଶ୍ରେଷ୍ଠ ବିବେଚନା ହୋଇଥିବା ଜଣା ଯାଇଛି । ଯୁବ ଓଡିଶା ନବୀନ ଓଡିଶା ପାଇଁ ଅନୁଷ୍ଠିତ ଏହି ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅନେକ ଦଳକୁ ପଛରେ ପକାଇ ଶେଷ ପର୍ଯ୍ୟାୟରେ କାଶୀନଗର ଶ୍ରୀରାମ ଜୁନିଅର କଲେଜ ବାଳିକା ଦଳ କୁ ଫାଇନାଲ ମ୍ୟାଚରେ ହରାଇ ପୁରସ୍କୃତ ହୋଇଥିବା ତାଙ୍କ ଦଳର କୋଚ ଶ୍ରୀମତୀ ନିର୍ମଳା ଦାସ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି କି ରେଜିଷ୍ଟ୍ରେସନ ପରେ ପରେ ନିଜ ଦଳର ବାଳିକା ମାନଙ୍କୁ ସମ୍ପୂର୍ଣ ଭାବେ ତାଲିମ ଓ ପ୍ରାକ୍ଟିସ କରାଇବା ଯୋଗୁଁ ଆଜି ଆମକୁ ବିଜୟର ସ୍ୱାଦ ମିଳିଲା ବୋଲି ଶ୍ରୀମତୀ ଦାସ ଏକ ସ୍ୱତନ୍ତ୍ର ସାକ୍ଷାତ କାର ରେ କହିଛନ୍ତି, ସେ ଏହାର ଶ୍ରେୟସ ପିଲା ମାନଙ୍କୁ ଦେଇଛନ୍ତି ।

2 COMMENTS

Comments are closed.