ଜୟ ଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ

0
107
ଜୟ ଜଗନ୍ନାଥ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୮/୧) : ଜୟ ଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଚଳିତ ମାସ ୧୭ ତାରିଖ ଦିନ ଲୋକାର୍ପଣ ହେବ ।

ଶ୍ରୀ ଜଗନ୍ନାଥ ଚେତନା ଜାଗ୍ରତ ଓ ପରିକ୍ରମା ପ୍ରକଳ୍ପର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଜୟ ଜଗନ୍ନାଥ ଅର୍ପଣ ରଥ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି । ଏଥିରେ ଜିଲ୍ଲାପାଳ ସ୍ୱାଦ ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ସେଥିରେ ତହସିଲଦାର ରଞ୍ଜନ କୁମାର ମାନସେଠ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସ, ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଶ୍ବହିନ୍ଦୁ ପରିଷଦ ସଦସ୍ୟ, ଗ୍ରାମବାସୀ, ବ୍ଲକ କର୍ମଚାରି ପୁଲିସ ଅଧିକାରୀ ସୁମନ୍ତି ମହାନ୍ତି ଓ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ରହିଥିଲେ । ଉକ୍ତ ରଥ ବ୍ଲକର ପ୍ରତ୍ୟେକ ପଞ୍ଚାୟତର ଗାଁ ଗାଁ ବୁଲି ଭବ୍ୟ ପରିବେଶରେ ଗୁଆ ଚାଉଳ ସଂଗ୍ରହ କରିବ ବୋଲି ଜଣାପଡିଛି ।