1. Big News : କଲ୍ୟାଣସିଂହପୁର ପୋଲିସ ବାରି ସିକକା ଙ୍କୁ ଛାଡି କୃଷ୍ଣ ସିକକାକୁ ଗିରଫ କରି କୋର୍ଟ ଚାଲାଣ

0
69
କଲ୍ୟାଣସିଂହପୁର ପୋଲିସ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୮/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତର ଦୁଇ ଡଙ୍ଗରିଆ ଯୁବକକୁ କଲ୍ୟାଣସିଂହପୁର ପୋଲିସ ଉଠାଇନେଇଥିବା ଘଟଣା ରେ ନିୟମଗିରି ପାହାଡ ର ଡଙ୍ଗରିଆ କନ୍ଧ ଥାନା ଘେରାଉ କରିବା ଘଟଣାରେ ପୋଲିସ ବାରି ସିକକା ଙ୍କୁ ଛାଡି ଦେଇଥିବା ବେଳେ କୃଷ୍ଣ ସିକକାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।WhatsApp Image 2023 08 08 at 20.12.40 1. Big News : କଲ୍ୟାଣସିଂହପୁର ପୋଲିସ ବାରି ସିକକା ଙ୍କୁ ଛାଡି କୃଷ୍ଣ ସିକକାକୁ ଗିରଫ କରି କୋର୍ଟ ଚାଲାଣ

କୃଷ୍ଣ ସିକକାକୁ ପୂର୍ବରୁ ଏକ ବଳତ୍କାର ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଗତ ସୋମବାର ରାତ୍ରରେ କଲ୍ୟାଣସିଂହପୁର ପୋଲିସ ବାରି ସିକକା ଙ୍କୁ ଆଣି ନିୟମଗିରିର ଯୁବକକୁ ଡାକି ଜିମା ଦେଇ ଛାଡିଦେଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ପ୍ରକାଶଥାଉକି ଚଳିତ ୫ ତାରିଖ ଶନିବାର ଦିନ ସକାଳ ୮ରୁ ୧୦ ମଧ୍ୟରେ କୃଷ୍ଣ ଶିକକା, ବାରି ଶିକକା ଓ ଡ୍ରିଞ୍ଜ ଶିକକା ୯ ତାରିଖ ବିଶ୍ୱ ଆଦିବାସୀ ଦିବସ ପାଳନ ସଭା ଆୟୋଜନ ତଥା ପ୍ରଚାର ଅଭିଯାନରେ ମନ ଲାଞ୍ଜିଗଡ ବଜାରକୁ ଯାଇଥିଲେ । ସେହିଠାରୁ ଦୁଇଜଣ ପଟାଙ୍ଗପଦର ର କୃଷ୍ଣ ସିକକା (୨୦) ଓ ଲାଖପଦର ଗାଁର ବାରି ସିକକା (୧୫) ଙ୍କୁ ପୋଲିସ ଅଚାନକ ଅପହରଣ କରି ନେଇଛନ୍ତି ।

କେଉଁ କାରଣରୁ ଦୁଇଜଣ ଡଙ୍ଗରିଆ ଯୁବକକୁ ପୋଲିସ ଉଠାଇ ନେଇଛି ଘଟଣାକୁ ନେଇ ନିୟମଗିରି ପାହାଡ ର ସଭାପତି ଲଦ ସିକକା ଙ୍କ ନେତୃତ୍ବରେବହୁ ସଂଖ୍ୟାରେ ଡଙ୍ଗରିଆ କନ୍ଧ ମହିଳା ପୁରୁଷ ନିଜ ନିଜ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଥାନା ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଥାନା ଅଧିକାରୀ ସୁମନ୍ତି ମହାନ୍ତି ଙ୍କୁ ଦୁଇ ଘଣ୍ଟା ମଧ୍ୟରେ ଖୋଜି ଆଣିବା ପାଇଁ ଲିଖିତ ଦେଇଥିଲେ । କିନ୍ତୁ ଅତିରିକ୍ତ ଜିଲ୍ଲା ଆରକ୍ଷ ଅଧିକାରୀବିଷ୍ଣୁ ପ୍ରସାଦ ପାତ୍ର ୪ଜଣ ଦଙ୍ଗାରିଆଙ୍କ ସହ ଆଲୋଚନା କରି ଆମେ ସେମାନଙ୍କୁ ନେଇ ନାହୁଁ ଯଦି ଖୋଜି ପାଇଲେ ତୁମକୁ ଡାକି ହସ୍ତାନ୍ତର କରିବୁ ବୋଲି କହିଥିଲେ ।