ସାଲାଇନ୍ ପେଟିରୁ ବାହାରିଲା ଶିଶୁକନ୍ୟାର ମୃତଦେହ

0
45
ସାଲାଇନ୍ ପେଟିରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୨/୦୧) : ସାଲାଇନ୍ ପେଟିରୁ ବାହାରିଲା ଶିଶୁକନ୍ୟାର ମୃତଦେହ । ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ । ତେବେ ମୃତ ଶିଶୁକନ୍ୟାର ପରିଚୟ ଜଣାପଡ଼ି ନାହିଁ ।

ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଶିଶୁକନ୍ୟାଟି କୁଆଁରୀ କନ୍ୟାର ବୋଲି ସନ୍ଦେହ କରାଯାଉଛି । ପୋଡାଶୁଳ ସିଟି ସ୍କୁଲ ନିକଟସ୍ଥ ରାସ୍ତା କଡରେ ସାଲାଇନ୍ ପେଟି ପଡ଼ିଥିଲା । ସେଇ ରାସ୍ତା ଦେଇ ଯାଉଥିବା କିଛି ଲୋକ ସେହି ସାଲାଇନ ପେଟିକୁ ଖୋଲିଥିଲେ । ତାପରେ ପେଟି ଭିତରେ କପଡ଼ାରେ ଗୋଡ଼ା ହୋଇଥିବା ଏକ ଶିଶୁକନ୍ୟାକୁ ଦେଖିବାକୁ ପାଇଥିଲେ । ପଥଚାରୀମାନେ ଏନେଇ ଥାନାକୁ ଖବର ଦେଇଥିଲେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା କୁମାରୀ ମାତୃତ୍ୱ ବୋଲି ସନ୍ଦେହ କରାଯାଉଛି । ଧରାପଡ଼ିଯିବା ଭୟରେ କୌଣସି ଯୁବତୀ ନିଜର ଅବୈଧ ସନ୍ତାନକୁ ଫିଙ୍ଗିଦେଇ ଥିବା ଚର୍ଚ୍ଚା ହେଉଛି । ପୁଲିସ ଏନେଇ ଖୋଲତାଳ ଚଳାଇଛି ।