ଭାଜପା ଓବିସି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

0
112
ଭାଜପା ଓବିସି

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୪/୦୧) : କନ୍ଧମାଳ ଜିଲ୍ଲା ରାଇକିଆ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ ଶନିବାର କନ୍ଧମାଳ ଜିଲ୍ଲା ଭାଜପା ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ଏବଂ ପିଏମ୍ ବିଶ୍ୱକର୍ମା ଯୋଜନା ଓ ନମୋ ଆପ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 01 14 at 11.58.46 ଭାଜପା ଓବିସି ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

କନ୍ଧମାଳ ଜିଲ୍ଲା ଭାଜପା ଓବିସି ମୋର୍ଚ୍ଚା ସଭାପତି ସନ୍ତୋଷ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ ପିଏମ ବିଶ୍ଵକର୍ମା ଯୋଜନା ସଂଯୋଜକ ତଥା ପୂର୍ବତ୍ତନ ରାଜ୍ୟ ସଭାପତି ସମୀର ମହାନ୍ତି, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁଧୀର ବିଶ୍ଵାଳ, ରାଜ୍ୟ ଉପସଭାନେତ୍ରୀ ଡାଃ ଲେଖାଶ୍ରୀ ସାମନ୍ତ ସିଂହାର, ପିଏମ ବିଶ୍ଵକର୍ମା ଯୋଜନା ଜୋନ ସଂଯୋଜକ ରବୀନ୍ଦ୍ର ମହାରଣା, ଅରୁଣ ନାୟକ, କନ୍ଧମାଳ ଜିଲ୍ଲା ଭାଜପା ସଭାପତି ଜଗନ୍ନାଥ ସାହୁ, ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା, କୃଶକ ମୋର୍ଚ୍ଚା, ଆଦିବାସୀ ମୋର୍ଚ୍ଚା, ହରିଜନ ମୋର୍ଚ୍ଚା, ଯୁବ ମୋର୍ଚ୍ଚା ସଭାପତି, ସମସ୍ତ ମଣ୍ଡଳ ସଭାପତି, ସଂପାଦକ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ, ପିଏମ ବିଶ୍ଵକର୍ମା ଏବଂ ନମୋ ଆପ ଯୋଜନାର ସଂଯୋଜକ ସହସଂଯୋଜକ ବିଜେପି କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ । ପିଏମ ବିଶ୍ଵକର୍ମା ଯୋଜନାର ସଫଳ ରୂପାୟନ ସହ ଗ୍ରାମାଞ୍ଚଳରେ ଅଧିକ ରୁ ଅଧିକ ଯୋଗ୍ୟ ହିତାଧିକାରୀ ସାମିଲ କରିବା ସହ ଜନ ସେବା କେନ୍ଦ୍ରରେ ହିତାଧିକାରୀଙ୍କୁ ପହଞ୍ଚାଇ ଅନଲାଇନ ମାଧ୍ୟମରେ ଆବେଦନ କରିବା ନିମନ୍ତେ ସହଯୋଗ କରିବା ନେଇ ଆଲୋଚନା ହୋଇଥିଲା ।