ରାତିରେ ପୁରୁଷ ବନ୍ଧୁ ସହ ଓୟୋରେ ଥିଲେ, ସକାଳେ ମିଳିଲା ଯୁବତୀଙ୍କ ମୃତଦେହ

1
56
ରାତିରେ ପୁରୁଷ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୧୪/୦୧) : ଫେସବୁକରୁ ଆରମ୍ଭ ହେଲା ପ୍ରେମ । ପରେ ବିବାହ ପ୍ରସ୍ତାବ ମଧ୍ୟ ପଡିଥିଲା ।ରାତିରେ ପୁରୁଷ ବନ୍ଧୁ ସହ ଓୟୋରେ ଥିଲେ, କିନ୍ତୁ ଓୟୋ ରୁମରେ ହେଲା ମୃତ୍ୟୁ ।

ରାତିରେ ପୁରୁଷ ବନ୍ଧୁ ସହ ଓୟୋରେ ଥିଲେ, ସକାଳେ ମିଳିଲା ଯୁବତୀଙ୍କ ମୃତଦେହ । ଶୁକ୍ରବାର ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ନିକଟରେ ରହିଥିବା ନିର୍ମଳା ପ୍ଲାଜା ନାମକ ହୋଟେଲର ଓୟୋ ରୁମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ପୁରୀ ବୀରଭଦ୍ରପୁରର ଜଣେ ଅଙ୍ଗନଓ୍ବାଡ଼ି କର୍ମୀ । ଶୁକ୍ରବାର ସନ୍ଧ୍ୟାରେ ରାୟଗଡ଼ା ଅଞ୍ଚଳର ଭୁବନେଶ୍ବରରେ କାମ କରୁଥିବା ପୁରୁଷ ବନ୍ଧୁ ସଙ୍କେତ ସେନାପତିଙ୍କ ସହ ଓୟୋ ରୁମକୁ ଆସିଥିଲେ । ରାତିରେ ଅସୁସ୍ଥ ଅବସ୍ଥାରେ ଯୁବତୀଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନେଇଥିଲେ ପୁରୁଷ ବନ୍ଧୁ । ତେବେ ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ତେବେ ଯୁବତୀଙ୍କ ମୃତ୍ୟୁ ସ୍ବାଭାବିକ ନୁହେଁ ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ପୁରୁଷ ବନ୍ଧୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ପୋଲିସ ସଙ୍କେତକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

1 COMMENT

Comments are closed.