ରାଇକିଆ ବାଡା ପାଟା ସ୍କୁଲରେ ପାଣିର ଘୋର ସମସ୍ୟା

1
66
ରାଇକିଆ ବାଡା ପାଟା

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୯/୧୨) : କନ୍ଧମାଳ ଜିଲ୍ଲା ରାଇକିଆର ବହୁ ବର୍ଷର ବାଡ଼ା ପାଟା ସ୍କୁଲରେ ନଳକୂପ ରୁ ପାଣି  ବାହାରିବା ର ବହୁ ସମସ୍ୟା ହେଉଛି ।

ଏହି ସ୍କୁଲ ପିଲା ପାଇଁ ଉପରେ ସୁବିଧା ପାଇଁ ପାଣି ଟ୍ଟାଙ୍କି ହୋଇଛି କିନ୍ତୁ ତାହା କାର୍ଯ୍ୟକାରୀ ହେବାର ଦେଖିବାକୁ ମିଳୁନି । ସେହି ପାଣି ଟାଙ୍କି ରୁ ପିଲା ପାଣି ପିଇବା ପାଇଁ ଗଲା ବେଳେ ପାଣି ବାହାରୁ ନାହିଁ । ତ୍ ତାହା କାମରେ ଲାଗୁ ନଥିବା ଅସୁବିଧାର କାମ ହେଉଛି । ରାଇକିଆ ବାଡ଼ା ପାଟା ସ୍କୁଲ ଓ ଅନ୍ୟ ଛୋଟ ଛୋଟ ପିଲା ମାନଙ୍କ ଅଙ୍ଗନବାଡ଼ିସ୍କୁଲ ଆସିଥାନ୍ତି । ପାଇପ ଯୋଗେ ପାଣି ଯୋଗାଣ କରି ପିଲା ମାନଙ୍କ ପାଇଁ ପାଣି ସଙ୍କଟ ରୁ ଉଦ୍ଧାର ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି ‘ସତ, ହେଲେ ତାର ଲାଭ କଣ ହେଉଛି l ଯେଉଁ ଉଦେଶ୍ୟରେ ଟଙ୍କା ଖର୍ଚ୍ଚ କରାଯାଉଅଛି ତାହା କାମ ଦେଉନି l ହେଲେ ଏ ସବୁ ଟଙ୍କା ଖର୍ଚ୍ଚ କରାଯାଉଅଛି କଣ ପାଇଁ, ନା କାମ ନା ରେ ଟଙ୍କା ଆତ୍ମ ସାତ ପାଇଁ ଯାଉଛି । କୋଉ ଅଫିସରଙ୍କ ମଧ୍ୟ ଏଥି ପ୍ରତି ନିଘା ନାହିଁ l

ତା “ଅର୍ଥ ଉର୍ନତି ନା ରେ ଟଙ୍କା ଲୁଟିବା ନୀତି ହିଁ ଅନୁମେୟ ହେଉଛି l ସେହି ସ୍କୁଲକୁ ରାଇକିଆ ପଞ୍ଚାୟତ ତରଫରୁ ଏକ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ସରକାର ପାଣିର ସୁବିଧା ଦେଉଥିଲେ ସୁଦ୍ଧା ଫଳ ଶୂନ । ପିଲା ମାନେ ବହୁ ସମସ୍ୟାରେ ଭୋଗୁଛନ୍ତି । ପ୍ରଶାସନିକ ତରଫରୁ ସେହି ପାଣି ଟାଙ୍କିରେ ପାଣି କ’ଣ ହୋଇ ରହିଛି ଦେଖିଲେ । ବହୁତ୍ ଭଲ ହେବ ବୋଲି ଜନ ସାଧାରଣରେ ଆଲୋଚନା ହେଉଛି । ମହିଳା ଜଣଙ୍କ କହିଛନ୍ତି ଏଇ ପାଣି ଟାଙ୍କିରେ ଆମେ ମାନେ ପାଣି ନେବା ପାଇଁ ଆସିଲେ ତାହା ପାଣି ବାହାରି ନଥାଏ । ଏଣୁ ଏହି ପାଣି ଟାଙ୍କି ତିଆରି ହେଲେ ବା ପାଣି ଆସିଲେ ପିଲା ମାନେ ଉପକୃତ ହେବେ ।

1 COMMENT

Comments are closed.