ହାଇସ୍କୁଲ ଛାତ୍ର ଛାତ୍ରୀଙ୍କ ଔଦ୍ୟୋଗିକ ପରିଭ୍ରମଣ

0
41
ହାଇସ୍କୁଲ ଛାତ୍ର

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୪/୧) : କୋଲନରା ବ୍ଲକ ଅନ୍ତର୍ଗତ । ସରକାରୀ ଉଚ୍ଚବିଦ୍ୟାଳୟ (SSD) ଖେଦାପୋଡ଼ାର ଧନ୍ଦାମୂଳକ ଶିକ୍ଷା ଅନ୍ତର୍ଗତ ପ୍ଲମ୍ବର ଟ୍ରେଡ (ପାଇପ ମିସ୍ତ୍ରୀ) ର ସମସ୍ତ ହାଇସ୍କୁଲ ଛାତ୍ର ଛାତ୍ରୀ ଔଦ୍ୟୋଗିକ ପରିଭ୍ରମଣରେ ଅଂଶ ଗ୍ରହଣ କରିଥିଲେ ।

ହାଇସ୍କୁଲ ଛାତ୍ର ଛାତ୍ରୀଙ୍କ ଔଦ୍ୟୋଗିକ ପରିଭ୍ରମଣ । ରାୟଗଡା ସହର ସଦର ମହକୁମାରେ ଥିବା GIACR ଇଞ୍ଜିନିଏରିଙ୍ଗ କଲେଜକୁ ଯାଇ ବିଭିନ୍ନ କାର୍ଯ୍ୟ ପ୍ରଣାଳୀ, ମରାମତି ଇତ୍ୟାଦି ବିଷୟରେ ପ୍ରିନସିପାଲ ଦେବାଶିଷ ପାଣି ଓ ଷ୍ଟାପ ଦିଲ୍ଲୀପ କୁମାର ମିଶ୍ର ଙ୍କଠାରୁ ତାଲିମ ପ୍ରାପ୍ତ କରିଥିଲେ । ନୂତନ ଜ୍ଞାନକୈଶଳ ଆବଶ୍ୟକ‌ତା ଏବଂ ଉପେଯୋଗିତା ବିଷୟରେ ଛାତ୍ର ଛାତ୍ରୀ ମାନେ ପ୍ରଶିକ୍ଷଣ ସହ ଜ୍ଞାନ ଆହରଣ କରିଥିଲେ । GIACR ଅନୁଷ୍ଠାନର ପରିଚାଳନା ସମିତିର ଶିକ୍ଷକ ଶିକ୍ଷତ୍ରି ଯୋଗ ଦେଇ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନରେ ସହଯୋଗ କରିଥିଲେ। ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷାର ଶିକ୍ଷୟତ୍ରୀ ବବିତା କରକରିଆ, ସ୍କୁଲ ପ୍ରଧାନ ଶିକ୍ଷୟତ୍ରି ପ୍ରଭା ଅରୁଣା କୁମାରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଯୋଗ ଦେଇ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀ ମାନେ ବେଶ ଉତ୍ସାହିତ ଥିବା ବେଳେ GIACR college ର ସମସ୍ତ ଷ୍ଟାପଙ୍କୁ କୃତଜ୍ଞତା ଜଣାଇଥିଲେ l