ଗଛରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ

0
66
ଗଛରେ ଝୁଲି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୧୪/୦୧) : ଗଛରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ। କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଚଣାବାଡ଼ ପଞ୍ଚାୟତ ଯୋଡ଼ିପାଇ ଗାଁ’ରେ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ଗଛରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ । ସେମାନେ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତ ଯୁବକଙ୍କ ନାଁ ମହେନ୍ଦ୍ର ହିକକା । ମୃତ ଯୁବତୀଙ୍କ ନାଁ ଯୁବନ୍ତୀ ମୁସ୍କା । ଉଭୟେ ଯୋଡ଼ିପାଇ ଗାଁ’ର । ମୃତ ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମହେନ୍ଦ୍ର ଓ ଯୁବନ୍ତୀ ୨ ବର୍ଷ ହେଲା ପରସ୍ପରକୁ ଭଲ ପାଇ ଆସୁଥିଲେ । ଦୁହେଁ ବାହା ହେବାକୁ ଚାହୁଁଥିଲେ। କିନ୍ତୁ ଏଥିରେ ମହେନ୍ଦ୍ରଙ୍କ ମା’ ବାଧକ ସାଜିଥିଲେ । ସେ ମହେନ୍ଦ୍ର ଓ ଯୁବନ୍ତୀଙ୍କ ସଂପର୍କକୁ ଗ୍ରହଣ କରୁ ନଥିଲେ । ମହେନ୍ଦ୍ର ତିନି ଥର ଯୁବନ୍ତୀଙ୍କୁ ନେଇ ନିଜ ଘରକୁ ଯାଇଥିଲେ । କିନ୍ତୁ ମହେନ୍ଦ୍ରଙ୍କ ପରିବାର ଲୋକେ ସେମାନଙ୍କୁ ଘରେ ପ୍ରବେଶ କରିବାକୁ ଅନୁମତି ଦେଇ ନଥିଲେ । ଏହାକୁ ନେଇ ଦୁହେଁ ଦୁଃଖୀ ଥିଲେ । ତେଣୁ ଏମିତି ଏକ ପଦକ୍ଷେପ ନେଇଗଲେ ।

ମହେନ୍ଦ୍ର ଓ ଯୁବନ୍ତୀଙ୍କ ଝୁଲନ୍ତା ମୃତଦେହକୁ ଗାଁମୁଣ୍ଡରେ ଠାବ କରାଯାଇଥିଲା। କିଛି ଗ୍ରାମବାସୀ ପ୍ରଥମେ ମୃତଦେହଗୁଡ଼ିକୁ ଦେଖିଥିଲେ। ଗାଁ ମୁଣ୍ଡରେ ଏକ ତେନ୍ତୁଳି ଗଛରେ ସେମାନଙ୍କ ମୃତଦେହ ଝୁଲିଥିଲା। ଯୁବନ୍ତୀଙ୍କ ଓଢ଼ଣୀରେ ଦୁହେଁ ଝୁଲି ରହିଥିଲେ। ଦଶମନ୍ତପୁର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।