ବୀରମହାରାଜପୁର ରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

0
34
ବୀରମହାରାଜପୁର ରେ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୫/୦୧) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ଉପଖଣ୍ଡସ୍ତରୀୟ ୭୫ତମ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୀରମହାରାଜପୁର ରେ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ । ଡେପୁଟି କଲେକ୍ଟର ଉପେନ୍ଦ୍ର ଦାଶ ଏଥିରେ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ହେବାକୁ ଥିବା ଏହି ଉତ୍ସବରେ ସ୍ଥାନୀୟ ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । ମିଳିତ ପ୍ୟାରେଡ ଉତ୍ସବରେ ମୋଟ ୩୪ଟି ପ୍ୟାରେଡ ଦଳ ଅଂଶଗ୍ରହଣ କରିବେ ବୋଲି ଜଣାଯାଇଛି । ଏଥିପାଇଁ ଆସନ୍ତା ୨୨ ଓ ୨୪ ତାରିଖରେ ଷ୍ଟାଡିୟମ ପଡିଆରେ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ସ୍ଥିର ହୋଇଥିଲା । ବୈଠକରେ ସ୍ଥାନୀୟ ବିଭିନ୍ନ ଅଧିକାରୀଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଜନପ୍ରତିନିଧି, ଶିକ୍ଷକ, ଅଧ୍ୟାପକ, ବ୍ୟବସାୟୀ, ସମାଜସେବୀ ଯୋଗ ଦେଇଥିଲେ । ଶେଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ପ୍ରିୟଦର୍ଶୀ ଅଶୋକମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।