ପ୍ରଧାନ ମନ୍ତ୍ରୀଙ୍କ ଭର୍ଚୁଆଲ ମୋଡରେ ପି ଭି,ଟି,ଭି ମାଧ୍ୟମରେ ହିତାଧିକାରୀଙ୍କ ସହ ବାର୍ତ୍ତାଳାପ

0
41
ପ୍ରଧାନ ମନ୍ତ୍ରୀ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧୫/୧) : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭର୍ଚୁଆଲ ମୋଡ ରେ ପି ଭି,ଟି,ଭି ମାଧ୍ୟମରେ ହିତାଧିକାରୀ ଙ୍କ ସହ ବାର୍ତ୍ତାଳାପ ।WhatsApp Image 2024 01 15 at 22.44.58 ପ୍ରଧାନ ମନ୍ତ୍ରୀଙ୍କ ଭର୍ଚୁଆଲ ମୋଡରେ ପି ଭି,ଟି,ଭି ମାଧ୍ୟମରେ ହିତାଧିକାରୀଙ୍କ ସହ ବାର୍ତ୍ତାଳାପ

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ମାନ ଦୁର୍ଗମ ଅଂଚଳରେ ବସ ବାସ କରୁଥିବା ଆଦିମ ଜନଜାତି ଆଦିବାସୀଙ୍କ ନିକଟରେ ପହଞ୍ଚି । ପାରିଛି କି ନାହିଁ, କେଉଁ କେଉଁ ସରକାରୀ ସୁବିଧା ରୁ ବଞ୍ଚିତ, ଏହା ପହଞ୍ଚା ଇବା ଲକ୍ଷରେ ଆଜି ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ମାନ ନରେନ୍ଦ୍ର ମୋଦି ଭର୍ଚୁଆଲ୍ ଲାଇଭ୍ ଯୋଗାଯୋଗ ମଧ୍ୟମରେ ସମସ୍ୟା ଅନୁଧ୍ୟାନ କରି ଆଲୋଚନା କରିଥିଲେ, ଉକ୍ତ କାର୍ଯ୍ୟକ୍ରମ ଟି ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଚାଟିକଣା ଆଦିବାସି ଟି,ଆଇ,ସି, କେନ୍ଦ୍ର ରେ ଆଦିମ ଆଦିବାସୀ ମାନଙ୍କ ସହ କଥା ହୋଇଥିଲେ ।

ଏହି ପରିପକ୍ଷରେ ଆଜି ନିୟମଗିରି ପଦଦେଶର ବସ, ବାସ କରୁଥିବା ଅନେକ ଗ୍ରାମ ରୁ ବ‌‌ହୁ ସଂଖ୍ୟାରେ ଚାଟିକଣା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ, ଅଧିବାସୀଙ୍କ ନିକଟରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଚଳିତ ଯୋଜନା ଯଥା -ସଡ଼କ, ଜଳ, ସ୍ଵାସ୍ଥ୍ୟ, ଟେଲି ଯୋଗାଯୋଗ, ବିଦ୍ୟୁତ, ବାସଗୃହ, ଶିକ୍ଷା ଭଳି ମୌଳିକ ଯୋଜନା ଦୃତ ଗତିରେ ଆଦିମ ଆଦିବାସୀଙ୍କ ନିକଟର ପହଞ୍ଚାଇବା ଲକ୍ଷରେ ଏହିସବୁ ବିଷୟରେ ଆଲୋକ ପାତ କରିଥିଲେ । ଏହି ଭର୍ଚୁଆଲ୍ ଲାଇଭ୍ ଯୋଗାଯୋଗ ରେ ଦେଶର ୧୮ ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳର ୨୩୦୦୦ ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୯ ଲକ୍ଷ ଆଦିମ ଅଧିବାସୀ ସହ ଜୋଡ଼ିତ କରିବା ଏହାର ଲକ୍ଷ୍ୟ ଥିବା ପ୍ରଧାନ ମନ୍ତ୍ରୀ ସୂଚନା ଦେଇଥିବା ସୁଣିବାକୁ ମିଳିଛି ।

ଏହି ଅବସରରେ ଅଞ୍ଚଳର ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧମାନ ଙ୍କୁ କିଛି ବ୍ୟକ୍ତି ବିଶେଷ ଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରି ଥିବା ବେଳେ, କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁକ୍ତ ଭାସ୍କର ରହିତ, ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ ନିହାର ରଞ୍ଜନ କହଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସଦାଶିବ ନାୟକ,dkd ଶ୍ରୀ ସୁଦର୍ଶନ ପାଢୀ, ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଯୋଷଦା ହୁଇକା,ଉପ ଧକ୍ଷ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ, ସମସ୍ତ ସରପଞ୍ଚ, ସମିତି ମେମ୍ବର, ଗୁଣୁପୁର, ମୁନିଗୁଡ଼ା, କେ.ଶୀଙ୍ଗପୂର ବ୍ଲକ aw କର୍ମୀ, ବିଷମ କଟକ ସିଡିପିଓ, olm ମେମ୍ବର, dkd ପ୍ରୋକଳପ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।