ଆଜି ପୁରୀ ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ

0
51
ଆଜି ପୁରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୭/୦୧) : ଆଜି ପୁରୀରେ ପରିକ୍ରମା ପ୍ରକଳ୍ପର ହେବ ଶୁଭ ଉଦଘାଟନ । ଏଥିପାଇଁ ଉତ୍ସବ ମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର ।

ଆଜି ପୌଷ ଶୁକ୍ଳ ଷଷ୍ଠୀ ତିଥିରେ ଦିନ ଗୋଟାଏରୁ ସାଢ଼େ ଗୋଟାଏ ମଧ୍ୟରେ ପରିକ୍ରମା ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ସାଢ଼େ ଗୋଟାଏରୁ ୨ଟା ମଧ୍ୟରେ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା । ଯଜ୍ଞ ଶେଷ ହେବା ପରେ ଅନ୍ତଃପ୍ରଦକ୍ଷଣ ପଥରେ ହେବ ନାମ ସଂଙ୍କିର୍ତ୍ତନ ଓ ଶୋଭାଯାତ୍ରା ।ତେବେ ପରିକ୍ରମା ପ୍ରକଳ୍ପର ଉଦଘାଟନ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ପୋଲିସ ସ୍କାନରରେ ରହିଛି ପୂରା ସହର । ତେବେ ଆଜି ଅପରାହ୍ନ ୩ଟା ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପରିକ୍ରମା ପ୍ରକଳ୍ପ ବୁଲି ପାରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।