ବିଦ୍ୟୁତ କରେଣ୍ଟରେ ଚାଷୀ ମୃତ

0
38
ବିଦ୍ୟୁତ କରେଣ୍ଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୧୭/୦୧) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କମ୍ପସଲା ଗ୍ରାମରେ ଜଣେ ଚାଷୀ ବିଦ୍ୟୁତ କରେଣ୍ଟରେ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଯେ, ଚାଷୀ ରଣଜିତ ସାହୁ ଚିନାବାଦାମକୁ ପାଣି ବଳେଇବାକୁ ଯାଇଥିଲେ । ଜଳନିଧି ଯୋଜନାରେ ଉଠା ଜଳସେଚନ ପ୍ରକଳ୍ପ ପାଣିପମ୍ପର ଷ୍ଟାର୍ଟର ସୁଇଚ ଦେବା ବେଳେ ବିଦ୍ୟୁତ କରେଣ୍ଟ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ପରିବାର ଲୋକେ ତାଙ୍କୁ ଖାଇବାକୁ ଦେବାକୁ ଯାଇଥିବାବେଳେ ଦେଖିଲେ ଯେ, ରଣଜିତ ପାଣି ପମ୍ପ ସୁଇଚ ଷ୍ଟାର୍ଟର ନିକଟରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଦେଖି ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଅପମୃତ୍ୟୁ ମାମଲାରେ ପୋଲିସ କେସ କରି ତଦନ୍ତ ଚଳାଇଛି ।