ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପାଙ୍କୁ ହାଣିଲା ଝିଅ

1
41
ମୋବାଇଲରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୭/୦୧) : ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପାକୁ ହାଣିଲା ଝିଅ । ତାଙ୍କ ବାପା ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ମୋବାଇଲରେ କଥା ହେବାକୁ ବାରଣ କରିବାରୁ ବାପାଙ୍କୁ ହାଣିଲା ଝିଅ । ବାଲେଶ୍ବର ସୋର ଥାନା ସରଶଙ୍ଖ ପଞ୍ଚାୟତ ହାତିଗଡ଼ିଆ ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା। ଅଞ୍ଚଳର ରଞ୍ଜିତ ସିଂ ଓ ତାଙ୍କ ସ୍ତ୍ରୀ ବୁଦୁନି ସିଂ ଗତକାଲି ରାତିରେ ଖାଇବାକୁ ବସିଥିବା ବେଳେ ତାଙ୍କ ଝିଅ କୁନି ମୋବାଇଲରେ କଥା ହେଉଥିବାରୁ ମା’ ବୁଦୁନି ତାଙ୍କ ଉପରେ ବିରକ୍ତି ହୋଇଥିଲେ । ବାରମ୍ବାର ମୋବାଇଲରେ କଥା ହେବାକୁ ବାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଝିଅ କୁନି ତାଙ୍କୁ ଏକ ପନିକିରେ ଆକ୍ରମଣ କରିଥିଲେ । ପରେ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇଥିବା ରଞ୍ଜିତ ମଧ୍ୟ ଝିଅର ପନିକି ଚୋଟର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସୋର ଡାକ୍ତରଖାନା ନେଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

1 COMMENT

Comments are closed.