ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ବୀଭତ୍ସ ହତ୍ୟା

1
53
ପୂର୍ବ ଶତ୍ରୁତାକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୦/୦୧) : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଗାଙ୍ଗପୁରା ଗାଁରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଭଗବାନ ପ୍ରଧାନ । ଗତକାଲି ରାତିରେ ଭଗବାନ ଘରକୁ ଫେରିନଥିଲେ । ପରିବାର ଲୋକ ତାଙ୍କୁ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ଆଜି ସକାଳେ ଭଗବାନଙ୍କ ମୃତଦେହ ଗାଁ ମୁଣ୍ଡରେ ପଡ଼ିଥିଲା । ଗ୍ରାମବାସୀ ଭଗବାନଙ୍କ ମୃତଦେହ ଦେଖି ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବର୍ଷେ ପୂର୍ବରୁ ଭଗବାନଙ୍କ ସହ ଗାଁର କିଛି ଲୋକଙ୍କ ସହ ଝଗଡା ସହ ମାଡ଼ପିଟ ହୋଇଥିଲା । ସେହି କାରଣରୁ ଭଗବାନକୁ ହତ୍ୟା କରାଯାଇଥିବା ତାଙ୍କ ବାପା କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି ।

1 COMMENT

Comments are closed.