ଶୁଲିଆ ବୁଢ଼ା ବଳି ଯାତ୍ରା ଅନୁଷ୍ଠିତ; ଜୀବେଦୟା ଅନୁଷ୍ଠାନ ର ତୀବ୍ର ପ୍ରତିକ୍ରିୟା

0
37
ଶୁଲିଆ ବୁଢ଼ା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୮/୦୧) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଖଇରଗୁଢା ଗ୍ରାମରେ ପ୍ରତିବର୍ଷ ଶୁଲିଆ ବୁଢ଼ା ବଳି ଯାତ୍ରା ଅନୁଷ୍ଠିତ ହୋଇ ଆସିଥାଏ ।WhatsApp Image 2024 01 18 at 12.25.59 jpeg ଶୁଲିଆ ବୁଢ଼ା ବଳି ଯାତ୍ରା ଅନୁଷ୍ଠିତ; ଜୀବେଦୟା ଅନୁଷ୍ଠାନ ର ତୀବ୍ର ପ୍ରତିକ୍ରିୟା

ହଜାର,ହଜାର ସଂଖ୍ୟା ରେ ଦୂର,ଦୁରାନ୍ତ ତଥା ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ ରୁ ଭକ୍ତ ଙ୍କ ସମାଗମ ଘଟିଥାଏ । ଅନ୍ଧ ବିଶ୍ବାସର ବଶବର୍ବୀ ହୋଇ ପ୍ରଶାସନ ଉପସ୍ଥିତି ରେ କେଉଁ ଆଦିମ କାଳରୁ ଏହି ପାରମ୍ପରିକ ପିଠ ରେ ବଳି ଦିଆଯାଇ ଆସୁଥିବା ବେଳେ ଏହାର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ବିରୋଧ କରି ଆସୁଛନ୍ତି । ଆଦିମ ଯୁଗରୁ ଆଦିବାସୀ ସମ୍ପ୍ରଦାୟର ଲୋକେ ଶୁଲିଆ ବୁଢ଼ା ଓ ମାଁ ସୁଲି ଙ୍କ ନାମରେ ନିଜ ଚାଷ ତଥା ବିଭିନ୍ନ ମାନସିକ ପୂରଣ ପାଇଁ ବଳି ନାମରେ ନିରୀହ ପଶୁ,ପକ୍ଷୀ ଙ୍କୁ ହତ୍ୟା କରାଯାଇ ଆସୁଅଛି । ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ଙ୍କ ସମାଗମରେ ଏହି ପୀଠ ରକ୍ତ ରଞ୍ଜିତ ହୋଇ ଯାଇଥିଲା । ବରୁଆ ବେଶ ରେ ଦେବା,ଦେବୀ ମଣିଷ ଶରୀର ରେ ପ୍ରବେଶ କରିବା ଓ ସେ ଦର୍ଶନ ଦେବା ବିଶ୍ୱାସ ରହିଛି ।

ମାନସିକ ଧାରି ଚଳିତ ବର୍ଷ ପ୍ରତି ବର୍ଷ ଭଳି ହଜାର ,ହଜାର, ନିରୀହ ପାରା, କୁକୁଡ଼ା, ଛେଳି, ମେଣ୍ଢା, ପୋଢ ବା ମଇଁଷି, ଙ୍କୁ ବଳି ନାମରେ ହତ୍ୟା କରିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲ୍ଲା ଜୀବେଦୟା ଅନୁଷ୍ଠାନ ର ସଭାପତି ଶ୍ରୀକାନ୍ତ ସାହୁ ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏ ନେଇ ଉଚ୍ଚତମ ନ୍ୟାୟାଳୟ ରେ ମାମଲା ଦାୟର କରାଯିବ ବୋଲି ସୂଚନା ଦେଇଛନ୍ତି । ଧର୍ମ, ପରମ୍ପରା ଆଗରେ ପ୍ରଶାସନିକ ଅଧିକାରୀ ଧୃତରାଷ୍ଟ୍ର ସଜିବା ସାର ହୋଇଛି । ବର୍ତ୍ତମାନ୍ ର ସଭ୍ୟ ସମାଜ ରେ ଏଭଳି ବଳି ନାମରେ ହତ୍ୟା କେତେ, ଯୁକ୍ତି, ଯୁକ୍ତ ଓ ଆଇନ୍ କାନୁନ୍ ର ଖୋଲା, ଖୋଲି ଉଲ୍ଲଙ୍ଘନ ନେଇ ଆଗାମୀ ଦିନରେ ପ୍ରଶାସନ କଣ ପଦକ୍ଷେପ ନେବ, ଏ ପ୍ରଥା ବନ୍ଦ ସମ୍ଭବ କି ବୋଲି ଚର୍ଚ୍ଚା ହେଉଛି ।