ନଦୀକୁ ଶୌଚପାଇଁ ଯିବାବେଳେ ହାତୀ ଆକ୍ରମଣରେ ବ୍ୟକ୍ତିଙ୍କର ମୃତ୍ୟୁ

0
74
ନଦୀକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୮/୦୧) : ନଦୀକୁ ଶୌଚପାଇଁ ଯିବାବେଳେ ହାତୀ ଆକ୍ରମଣରେ ବ୍ୟକ୍ତିଙ୍କର ମୃତ୍ୟୁ । ଆଜି ସକାଳେ ତଣ୍ଡରା ଗାଁ’ରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । 

ଗାଁ’ରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଆଜି ସକାଳେ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି l ସୂଚନା ମୁତାବକ ଯାଜପୁର ଜିଲ୍ଲା କୋରାଇ ବ୍ଲକ ତଣ୍ଡରା ଗ୍ରାମରେ ବଣୁଆ ହାତୀର ଏଭଳି ଉପଦ୍ରବ ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ନାମ ଉପେନ୍ଦ୍ର କର ବୋଲି ଜଣାପଡିଛି । ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଉପେନ୍ଦ୍ରଙ୍କୁ ଦଳିଦେଇଛି ହାତୀ। ହାତୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଏନେଇ ଗାଁ’ରେ ବନ ଅଧିକାରୀ ଓ ପୋଲିସ ପହଞ୍ଚିଛି । ଘଟଣା ସ୍ଥଳରେ କଟକ ଏସଏଫ୍ଓ ଅନିଲ କୁମାର ରାୟ ପହଞ୍ଚି ମୃତକ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ମୃତକ ପରିବାରକୁ ୬ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ବନବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ହାତୀକୁ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏନେଇ ଲୋକ ମାନଙ୍କୁ ମଧ୍ୟ ସତର୍କ ଓ ସଚେତନ କରାଯାଉଛି ।