ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍‌ ଗାଡ଼ି; ୪ ମୃତ

0
43
ଶ୍ରମିକଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ, (୧୮/୦୧) : ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍‌ ଗାଡ଼ି । ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।

ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବିର୍ଜାମ ଗାଁ’ରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍‌ ଗାଡ଼ି । ସମସ୍ତ ମୃତାହତ ମଧ୍ୟପ୍ରଦେଶର ହୋଇଥିବା ସୂଚନା । ଗତକାଲି ରାତିରେ ବିର୍ଜାମ ଗାଁ’ରେ ବୋରୱେଲ୍‌ ଖୋଳାଯାଉଥିଲା। ତେଲ ସରିଯିବାରୁ କିଛି ଶ୍ରମିକ ମାନେ ତେଲ ପାଇଁ ନିକଟ ବଜାରକୁ ଯାଇଥିଲେ । ଅନ୍ୟ ୫ଜଣ ଶ୍ରମିକ ଗାଡ଼ିପାଖରେ ଶୋଇଥିବା ବେଳେ ଡ୍ରାଇଭର ଗାଡ଼ି ଭିତରେ ଶୋଇଥିଲେ । ତେଲ ନେଇ ଅନ୍ୟ ଶ୍ରମିକମାନେ ଫେରିଲା ବେଳେ ୫ ଜଣ ଶ୍ରମିକଙ୍କ ଉପପରେ ଗାଡ଼ି ଚଢ଼ିଯାଇଥିବା ଦେଖିଥିଲେ । ଏହାସହ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିବା ଶ୍ରମିକ ମାନେ ଦେଖିଥିଲେ ।

ଏନେଇ ପୁଲିସକୁ ଖବର ଦେଇଥିଲେ । ପରେ ଶ୍ରମିକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ଡାକ୍ତର ୪ଜଣ ଶ୍ରମିକଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି । ଏହାସହ ମୃତହତଙ୍କ ପରିବାର ଲୋକଙ୍କୁ ଖବର ଖବର ଦେଇଛି ।