ଗୁଣପୁର ମହାବିଦ୍ୟାଳୟରେ ନୂଆ-ଓ ଓଡ଼ିଆ ସାହିତ୍ୟ ପାଠ୍ୟଚକ୍ର

2
48
ଗୁଣପୁର ମହାବିଦ୍ୟାଳୟରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୦୧) : ଆଜି ଗୁଣପୁର ମହାବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତି ସଭାପତିତ୍ବ କରିଥିଲେ ।

“ଶାବର ସଂସ୍କୃତିରେ ଶ୍ରୀ ଜଗନ୍ନାଥ”, “ଉତ୍କଳୀୟ ସଂସ୍କୃତି ଓ ଧର୍ମ ଦର୍ଶନରେ ଶ୍ରୀଜଗନ୍ନାଥ” ଶୀର୍ଷକ ବିଷୟବସ୍ତୁକୁ ନେଇ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ଓ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଏଥିରେ ବିଷୟ ବିଶେଷଜ୍ଞ ଭାବରେ ଡକ୍ଟର ଇନ୍ଦିରା ଅଧିକାରୀ, ଅଧ୍ୟାପକ ଶେଷସାଇ ସେନାପତି ଓ ପ୍ରାଧ୍ୟାପକ ଡକ୍ଟର ଜୱାହାରଲାଲ ଚୌଧୁରୀ ଯୋଗ ଦେଇଥିଲେ ଏବଂ ଉକ୍ତ ବିଷୟରେ ଉପସ୍ଥାପିତ ପ୍ରବନ୍ଧ ଗୁଡ଼ିକ ସଂପର୍କରେ ନିଜ ନିଜର ମତ ପ୍ରକାଶ କରିଥିଲେ । ଅଧ୍ୟାପକ ଜଗନ୍ନାଥ ଦୀପ ତଥା , ଏ କାର୍ଯ୍ୟକ୍ରମର ନୋଡ଼ାଲ ଅଫିସର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା, ଅଧ୍ୟାପକ ଅମିୟ ରଞ୍ଜନ ମହାନ୍ତି, ଅଧ୍ୟାପିକା ବନ୍ଦିତା ଧୁରୁଆ, ଅଧ୍ୟାପିକା ଦୀପ୍ତିମୟୀ ବଡ଼ରଇତ ଅଧ୍ୟାପକ ଡକ୍ଟର ସତ୍ୟବାନ ଗରଡ଼ା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଅଧ୍ୟାପକ ଜଗନ୍ନାଥ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

2 COMMENTS

Comments are closed.