କ୍ରିକେଟ ବ୍ୟାଟ ରେ ପିଟି ଯୁବକଙ୍କୁ ହତ୍ୟା ଅଭିଯୋଗ : ୬ଅଟକ

0
49
କ୍ରିକେଟ ବ୍ୟାଟ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୦୧) : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନସ୍ଥ ମେଣ୍ଡା ଫାଣ୍ଡି ସହ ମେଣ୍ଡା ଗାଁ’ରେ କ୍ରିକେଟ ବ୍ୟାଟ ରେ ପିଟି ପିଟି ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି l

ସୂଚନା ଅନୁସାରେ ଆଜି ଅପରାହ୍ନ ରେ ମେଣ୍ଡା ଗାଁ’ର ଚାରିଛକ ନିକଟ କୁମ୍ଭାରପଡା ଖାରୀ ବନ୍ଧ ନିକଟରେ କୌଣସି ଏକ ଘଟଣାକୁ ନେଇ ବଚସା ହୋଇଥିଲା ପରେ କ୍ରିକେଟ୍ ବ୍ୟାଟରେ ମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି l ମୃତକ ହେଲେ ମେଣ୍ଡା ଗାଁ’ର ସନ୍ତୋଷ ହାତୀ (୩୮) ବର୍ଷ l ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ମେଣ୍ଡା ପୁଲିସ ଫାଣ୍ଡିକୁ ଘେରାଉ କରିଥିଲେ । ଘଟଣାସ୍ଥଳକୁ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ପରେ ଶାନ୍ତ ପଡିଥିଲା । ଶବକୁ ଜବତ କରିବା ସହିତ ପୁଲିସ ତଦନ୍ତ ଆରମ୍ଭ କରିଛି l ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜେଶ ରଣାଙ୍କ ସହ ୬ଜଣ ଅଭିଯୁକ୍ତକୁ ତରଭା ଥାନାରେ ପୁଲିସ ଅଟକ ରଖି ପଚରାଉଚରା କରୁଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁାହାଯାଉଛି । ଏହି ଘଟଣାରେ ପୁଲିସଏକ ମକଦ୍ଦମା ରୁଜୁ କରି ତଦନ୍ତ ଜାରୀ ରହିଛି ।