“ନୂଆ-ଓ” କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଯାପନୀ ସମାରୋହ

0
39

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୦/୦୧) : “ନୂଆ-ଓ” କାର୍ଯ୍ୟକ୍ରମ ଆନୁକୂଲ୍ୟ ରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ର ଉଦଯାପନୀ ସମାରୋହ ,ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ, ରାୟଗଡା ଠାରେ ତା ୨୦.୧ .୨୪ ରିଖରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 01 21 at 10.53.23 "ନୂଆ-ଓ" କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଯାପନୀ ସମାରୋହ

ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ତଥା ଜଗନ୍ନାଥ ସଂକୃତି ଏବଂ ଓଡ଼ିଆ ଭାଷାର ସମ୍ପର୍କରେ ସାହିତ୍ୟିକ,ବିଦ୍ୱାନ୍‍, କର୍ମଚାରୀ ତଥା ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଯଥା ଓଡିଆ ସଙ୍ଗୀତ ଗାନ, ଓଡ଼ିଆ ଭଜନ ଗାନ, ଲୋକନୃତ୍ୟ, ଓଡ଼ିଆ ପ୍ରଶ୍ନୋତ୍ତର, ଓଡ଼ିଆ ବକ୍ତୃତା ଓ କାହାଣୀ କଥନ, ଓଡ଼ିଆ ହସ୍ତାକ୍ଷର ଏବଂ ଓଡ଼ିଆ ନାଟକ ପ୍ରଭୁତି ପ୍ରତିଯୋଗିତା କରାଯାଇଥିଲା । ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ଅତୁଲ୍ୟ କୁମାର ପଣ୍ଡାଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଥିବା ଏହି ସମାରୋହ ରେ ଶ୍ରୀମତୀ ରାଜଲଷ୍ମୀ ଦେବି, ଓଡ଼ିଆ ଅଧ୍ୟାପିକା, ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାୟଗଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ଏବଂ ଓଡିଶା ଉପରେ ଆଲୋକ ପାତ କରିଥିଲେ ।

ମୁଖ୍ୟଵକ୍ତା ଭାବରେ ଶ୍ରୀ ସୁଧୀର କୁମାର ନେଗୀ, ପ୍ରଧାନ ଆଚାର୍ଯ୍ୟ ସରସ୍ବତୀ ଶିଶୁ ମନ୍ଦିର, ରାୟଗଡା ଯୋଗଦେଇ ଓଡ଼ିଆ ଭାଷା ର ଇତିହାସ ଏବଂ ଏହାର ପ୍ରଚାର ପ୍ରସାର ଉପରେ ଆଲୋକ ପାତ କରିଥିଲେ lସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ମମତା କୁମାରୀ କର, ଶିକ୍ଷୟିତ୍ରୀ ଏବଂ ଶ୍ରୀ ତତ୍ତ୍ୱମାସୀ ମହାପାତ୍ର, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଯୋଗଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ଭାଷା ଏବଂ ପରମ୍ପରା ଉପରେ ଆଲୋକ ପାତ କରିଥିଲେ. ଓଡ଼ିଆ ଭାଷା କୁ ପ୍ରାଧ୍ୟାନ ଦେବା ପାଇଁ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ନଗଦ ରାଶି, ମାନପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ ଶେଷ ରେ ଛାତ୍ରଛାତ୍ରୀ ମାନେ ଓଡ଼ିଆ କଳା ସଂସ୍କୃତି ର ନିଦର୍ଶନ ସ୍ୱରୂପ ଭଜନ, ଛାନ୍ଦ ଲୋକନୃତ୍ୟ ଆଦି ପରିବେଷଣ କରିଥିଲେ ଅନୁଷ୍ଠାନର ତାଲିମ ଅଧିକାରୀ ଶ୍ରୀ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀ ସନ୍ତୋଷ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ l