ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ର ଜିଲ୍ଲା ସ୍ତରୀୟ ବୈଠକ ଓ ଆଲଚନା ଚକ୍ର

0
80
ପ୍ରାଥମିକ ବିଦ୍ୟାଳୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୧) : ଆଜି ଗଜପତି ଜିଲ୍ଲା ର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ର ଜିଲ୍ଲା ସ୍ତରୀୟ ବୈଠକ ଓ ଆଲଚନା ଚକ୍ର ଅନୁଷ୍ଠିତ ହୋଇଛି ।

ପାରଳାଖେମୁଣ୍ଡି ସ୍ଥିତ ଜଙ୍ଗମ ସାହି ନିକଟସ୍ଥ ଏସ ଏ ଫାଂକ୍ସନ ହସଲ ରେ ଏହି ବୈଠକ ଉପ ସଭାପତି ବି ଗୋପାଳ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକ ରେ ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ର ସଭାପତି ବ୍ରହ୍ମାନନ୍ଦ ମହାରଣା ରାଜ୍ୟ ଉପ ଦେଷ୍ଟା ପ୍ରଫେସର ସୁରେନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥିଭାବେ ଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଛନ୍ତି । ଆସନ୍ତା ୨୯ ତାରିଖ ରେ ରାଜ୍ୟ ସ୍ତରୀୟ ଆନ୍ଦୋଳନ ପାଇଁ ଜିଲ୍ଲାରେ ସାଙ୍ଗଠନିକ ବୈଠକ କରିବା ପାଇଁ ଏହି ବୈଠକ ଅତ୍ୟଧିକ ଗୁରୁତ୍ୱ ବହନ କରଛି । ଆଜିର ବୈଠକରେ ରାଜ୍ୟ ସାଙ୍ଗଠନିକ ସମ୍ପାଦିକା ଅଭାଳିନ ପରିଡା, ଜିଲ୍ଲା ସମ୍ପାଦକ ପ୍ରିୟ ରଞ୍ଜନ ପୂଜାରୀ, କୋଷାଧ୍ୟକ୍ଷ ଭାଗିରଥି ନାୟକ, ବସନ୍ତ ମିଶ୍ର, ଓ ଜିଲ୍ଲାର ସାତ ଗୋଟି ବ୍ଲକ ରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ ଶିକ୍ଷକ ଏହି ସଭାରେ ଯୋଗଦେଇଥିଲେ ।