୫୯ ନମ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

0
40
୫୯ ନମ୍ୱର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ, (୨୨/୦୧) : ଚାରିଆଡ଼େ ରାମମୟ ପରିବେଶ ଥିବା ବେଳେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ହଁ ଆଜ୍ଞା ଆମେ କହୁଛୁ ଅପରାହ୍ନ ସକାଳ ସମୟର କଥା ୫୯ ନମ୍ୱର ଜାତୀୟ ରାଜପଥ ରେ ଜଣେ ବ୍ୟକ୍ତି ଙ୍କ ଦୁର୍ଘଟଣା ର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ।

୫୯ ନମ୍ୱର ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ମୃତ ହୋଇଥିବା ବ୍ୟକ୍ତି ଜଣକ ହେଲେ କାଶୀ ଚନ୍ଦନ ବୟସ ୪୫ । ଟିଟିଲାଗଡ ପଟେ ନିଜ ଗ୍ରାମ କୁମୁଡ଼ି ପଦର୍ କୁ ଏକ ସ୍କୁଟି ରେ ଫେରିବା ବେଳେ ଡିଏଭି କଲେଜ ଖେଳ ପଡିଆ ଛକ ନିକଟରେ ପୂର୍ବରୁ ଠିଆ ହୋଇ ଥିବା ଏକ ହାଇୱା ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ମୁଣ୍ଡ ରେ ଶକ୍ତ ଆଘାତ ଲାଗି ଥିବା ବେଳେ ତାଙ୍କୁ ଘଟଣା ସ୍ଥଳ ରୁ ଟିଟିଲାଗଡ ମୁଖ୍ୟ ଚିକିତ୍ସାଳୟ କୁ ଅଣା ଯାଇଥିଲା । ମୃତ ଘୋଷଣା କରି ଥିବା ବେଳେ ଡାକ୍ତର ଖାନା ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଟିଟିଲାଗଡ ଥାନା ଅଧିକାରୀ ମନୋଜ ପ୍ରଧାନ ଡାକ୍ତର ଖାନା ରେ ରହି ଘଟଣା ର ତଦନ୍ତ ଆରମ୍ଭ କରି ଥିବା ସୂଚନା ମିଳିଛି ।