ଜିଲ୍ଲା ପୁଲିସ ର ମୈତ୍ରୀ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

0
70
ଜିଲ୍ଲା ପୁଲିସ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୧/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର ମାଓ ପ୍ରବଣ ଅଞ୍ଚଳ ପାରସାଲି ପଞ୍ଚାୟତ ର ବୁଡୁଣୀ ଗାଁ’ରେ ରାୟଗଡା ଜିଲ୍ଲା ପୁଲିସ ପକ୍ଷରୁ ମୈତ୍ରୀ ମେଳା ଅନୁଷ୍ଠିତହେଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକାରୀ ବିବେକାନନ୍ଦ ଶର୍ମା ସମ୍ମାନୀୟ ଅତିଥି ଭାବରେ ପାରସାଲି ପଞ୍ଚାୟତର ସରପଞ୍ଚ ବାମ କାଡ୍ରାକା, ଅତିଥି ରୂପେ ଏସ ଡି ପି ଓ ରଶ୍ମିରଞ୍ଜନ ସେନାପତି, କଲ୍ୟାଣସିଂହପୁର ଥାନା ଅଧିକାରୀ ସୁମନ୍ତି ମହାନ୍ତି, କଲ୍ୟାଣସିଂହପୁର ଡାକ୍ତର ଅନୁଭବ ସାହୁ ଓ ଡାକ୍ତର ଅର୍ଣ୍ଣପୁର୍ଣ୍ଣା ତାଣ୍ଡି ମଞ୍ଚସିନ ରହିଥିଲେ।ଏହି ମୈତ୍ରୀ ମେଳା କାର୍ଯ୍ୟ କ୍ରମ ରେ ଚାଟିକୋଣା,ତେନ୍ତୁଳି ପଦର, ବେମେରି, ଟାଡୁମୁହିଁ, ବିତର ବୁଡୁଣି,ବୁଡୁଣି ଓ ସହର ପଦର ମୋଟ ୮ଟି ଗ୍ରାମର ମହିଳା ପୁରୁଷ ଓ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ ।

ଉପସ୍ଥିତ ରହିଥିବା ସମସ୍ତଙ୍କୁ ଛାତ୍ରଛାତ୍ରୀଙ୍କୁ ବେଗ, ଖାତା, ପେନ, ପେନସିଲ, ରବର, ପାଣି ବତଲ, ସଲାର ଲଣ୍ଠନ, ଦେଇ ଥିବା ବେଳେ ମହିଳା ପୁରୁଷ ମାନଙ୍କୁ କମଳ, ମସାରି, ଛତା, ଶାଢ଼ୀ ବଣ୍ଟନ କରିଛନ୍ତି । ଜ୍ଵର ବେମାର ପାଇଁ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ବଣ୍ଟନ କରିଥିଲେ । ଏହା ସହ ଭଳିବଳ ଖେଳ ଖେଳଖେଳିଥିବା ଯୁବକ ମାନଙ୍କୁ ଟ୍ରଫି ସହ ଡ୍ରେସ ଦେଇଥିଲେ।ଡଙ୍ଗରିଆ ପରମ୍ପରା ରେ ନାଚ ଗୀତ କରିବା ପାଇଁ ବାଜା ଦେଇଥିଲେ । ଏହି ପୁଲିସ ମୈତ୍ରୀ ମେଳା ରେ ପୁଲିସ ର ସୁସମ୍ପର୍କ ରଖିବା ପାଇଁ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ କରାଯାଇଥିବା ଏସ ପି କହିଛନ୍ତି । ଏହି କାର୍ଯ୍ୟ କ୍ରମରେ ସ୍ଥାନୀୟ ପୁଲିସ ଏସ ଆଇ ସଞ୍ଜୟ ମୁର୍ମୁ ସମେତ ଜିଲ୍ଲା ପୁଲିସ ଦଳ ଉପସ୍ଥିତ ରହିଥିଲେ ।