ବିଗ୍ରହ ର ପ୍ରାଣ ପ୍ରତିଷ୍ଠା ପରେ ଭଗବତୀ ମା ଦୁର୍ଗାଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼

0
46
ବିଗ୍ରହ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୩/୦୧) : ସୁବର୍ଣ୍ଣପର ଜିଲ୍ଲା ବିନିକା ପୁରୁଣା ବସଷ୍ଟାଣ୍ଡ ଠାରେ ନିର୍ମିତ ଦୁର୍ଗା ମନ୍ଦିର ସେଥିରେ ସ୍ଥାପିତ ମା ଦୁର୍ଗାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହେବାପରେ ଭକ୍ତମାନେ ମା ଦୁର୍ଗାଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।

ଭାସ୍କର ପୁରୋହିତ ଓ ମୂଖ୍ୟ ଆଚାର୍ଯ୍ୟ ସୁବାସ ଚନ୍ଦ୍ର ବଡ଼ ପଣ୍ଡା ପୂଜାର୍ଚ୍ଚନା କରିଥିଲେ । କମିଟି ସଭାପତି ସନ୍ତୋଷ ପଣ୍ଡା, ଗୀତାଞ୍ଜଳୀ ତ୍ରୀପାଠୀ ମୁଖ୍ୟ ଯଜମାନ ଥିଲେ । ୧୧କ୍ବିଷ୍ଟାଲ ରୁ ଉର୍ଦ୍ଧ ଅଷ୍ଟ ଧାତୁରେ ବିଗ୍ରହ ନିର୍ମାଣ କରାଯାଇଛି । ବିନିକା ଅଞ୍ଚଳର ବହୁତ ଦିନର ପ୍ରତିକ୍ଷାର ଅନ୍ତ ଘଟିଛି । ବିନିକା ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ମନ୍ଦିରରେ ମା ଦୁର୍ଗା ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏଥିପାଇଁ ନବାହପାରାୟଣରେ ବ୍ୟାସ- ସୁନିଳ ମିଶ୍ର ସୁନ୍ଦରା କାଣ୍ଡ ପାଠ କରିଛନ୍ତି l ଆନନ୍ଦ ବଜାରରେ ଭକ୍ତ ମାନଙ୍କ ପାଇଁ ପ୍ରତିଦିନ ଅନ୍ନ ପ୍ରସାଦର ବ୍ୟବସ୍ଥା କରାହେଉଛି ।