ପାଣ୍ଡିଆନ ଙ୍କ ବ୍ୟୟ ବହୁଳ କାଶୀନଗର ଗସ୍ତ; ବିଭିନ୍ନ ପ୍ରକଳ୍ପ ୧୨୦କୋଟି ମଞ୍ଜୁରୀ ଘୋଷଣା

0
62
ପାଣ୍ଡିଆନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୧) : 5T ଅଧ୍ୟକ୍ଷ ତଥା ନବୀନ ଓଡିଶା ର ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ଏକ ଦିନକିଆ ଗଜପତି ଗସ୍ତରେ ଆସି କାଶୀନଗରରେ ପହଞ୍ଚିଥିଲେ ।

5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ହାଇସ୍କୁଲକୁ ହେଲିକେପ୍ଟର ଯୋଗେ ଆସି ସଭାସ୍ଥଳ କୁ କାର ଯୋଗେ ଆସିଥିଲେ । ମହିଳା ଓ ପୁରୁଷ ପ୍ରାୟ ପାଞ୍ଚ ହଜାର ଲୋକ ହୁଳହୁଳି ଦେଇ ସ୍ୱାଗତ କରିଥିଲେ । ପ୍ରଥମେ ଶ୍ରୀ ପାଣ୍ଡିଆନ ଜୟ ଜଗନ୍ନାଥ କହି ନିଜର ଭାଷଣ ଆରମ୍ଭ କରିଥିଲେ, ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ୧୨୦ କୋଟି ର ବିଭିନ୍ନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ମଂଜୁର କରିଥିବା ସେ ଘୋଷଣା କରିଥିଲେ । ଗୁମ୍ମାରେ ଡିଗ୍ରୀ କଲେଜ, ଜୁନିଅର କଲେଜ, ପାରଳାଖେମୁଣ୍ଡି ବାଇପାସ, ବିଭିନ୍ନ ଜଳାଶୟ ର ଉଦ୍ଧାର କରାଯିବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ କୁ ବହୁତ ଭଲ ପାଆନ୍ତି ବୋଲି କହିଥିଲେ, ଲୋକ ଙ୍କୁ ବିଭିନ୍ନ ବସ ଯୋଗେ ବୁହା ହୋଇ ଆସିଥିଲେ । ଆଗକୁ ନିର୍ବାଚନ ଥିବାରୁ ଶ୍ରୀ ପାଣ୍ଡିଆନଙ୍କ ଗସ୍ତ ବହୁ ଗୁରୁତ୍ୱ ବହନ କରୁଛି ।

ଶ୍ରୀ ବବି ଭାଇ, ପ୍ରଣବ ପ୍ରକାଶ ଦାସ ଓ ମନ୍ତ୍ରୀ ଅତନୁ ସବ୍ୟସାଚୀ ଏସବୁ କାର୍ଯ୍ୟକ୍ରମ କୁ ତଦାରଖ କରିଥିଲେ । ସହର ଚାରି ଆଡେ ପୋଷ୍ଟର ଓ କାଟ ଆଉଟ ଛାଇ ଯାଇଥବା ଦେଖିବାକୁ ମିଳିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ତରଫରୁ ମଧ୍ୟ୍ୟ ଦାବୀ ପାତ୍ର ଦିଆଯାଇଛି । ଗୁମ୍ମା, ଗୋଶାଣି, କାଶୀନଗର ଅଞ୍ଚଳ ର ବସହୁତ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷ, ଶ୍ରୀ ତିରୁପତି ପାଣିଗ୍ରାହୀ, ରୁପେଶ ପାଣିଗ୍ରାହୀ, ଏମ ସୁଧା ରାଣୀ, ରଘୁରାମ ସାହୁ ଏସ ଲିଙ୍ଗରାଜୂ ଯୋଗ ଦେଇଥିଲେ । ଆଶା, ଅଙ୍ଗନବାଡି, ପାଚିକା ମାନଙ୍କ ଦରମା ବୃଦ୍ଧି ହେବ ବୋଲି ଘୋଷଣା କରିଥିଲେ, ବାର୍ଦ୍ଧକ୍ୟ ଓ ଅନ୍ୟ୍ୟାନ୍ୟ ଭତ୍ତା ବୃଦ୍ଧି ହେବ ବୋଲି କହିଥିଲେ ।