ଯୁବକ ଉପରେ ଚଢ଼ିଗଲା ଆଇରନ୍ ବୋଝେଇ ଟ୍ରକ୍

0
33
ଯୁବକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୨୪/୦୧) : ଯୁବକ ଙ୍କ ଗୋଡ ଉପରେ ଚଢିଗଲା ଆଇରନ ବୋଝେଇ ଟ୍ରକ୍ । ଫଳରେ ଗୋଡ ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାନାଡୁଙ୍ଗୁରୀ ନିକଟରେ ଘଟିଯାଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସୂଚନା ଅନୁସାରେ ବହଳଦା ଥାନା ଅନ୍ତର୍ଗତ ବାନାଡୁଙ୍ଗୁରୀ ଗାଁ’ର ହରେକୃଷ୍ଣ ମହାନ୍ତଙ୍କର ପୁତ୍ର ସୁବ୍ରତ କୁମାର ମହାନ୍ତ ରାସ୍ତା କଡରେ ଛିଡା ହୋଇଥିଲେ । ସେହି ସମୟରେ OD09KU ୬୨୬୬ ଗାଡି ନଂ ଆଇରନ୍ ବୋଝେଇ ଟ୍ରକ ଗାଡିଟି ବୁଲାଇବା ସମୟରେ ଗାଡିର ପଛ ଛକରେ ଚାପି ହୋଇ ଯାଇଥିଲା । ଫଳରେ ଯୁବକର ଗୋଡ ଦୁଇଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ । ରକ୍ତ ଜୁଡୁବୁଡୁ ଦେଖି ବାନାଡୁଙ୍ଗୁରୀ ଛକ ନିକଟରେ କ୍ଷତିପୂରଣ ଦାବିରେ ରାସ୍ତା କୁ ଅବରୋଧ କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ଜିଲ୍ଲା ପିଆରଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଘଟଣାରେ ବହଳଦା ପୋଲିସ ଓ ରାଇରଙ୍ଗପୁର ଏସ୍ ଡି ପିଓ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଘଟଣାସ୍ଥଳ ଶାନ୍ତିପୂର୍ଣ୍ଣ ହୋଇଥିଲା । ପୋଲିସ ଏ ନେଇ ତଦନ୍ତ ଚଳାଇଛି ।