ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

1
44
ପ୍ରେମିକ ପାଇଁ ସ୍ୱାମୀକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୧୧/୦୧) : ପ୍ରେମିକ ଆଗରେ ତୁଚ୍ଛ ହେଲା ସ୍ୱାମୀ। ସ୍ୱାମୀ ଏବଂ ପ୍ରେମିକ ଦିଅରର ଲାଗିଲା ଝଗଡା ।

ସ୍ତ୍ରୀ ପ୍ରେମିକ ର ସପକ୍ଷରେ ରହି ନିଜ ସ୍ୱାମୀକୁ କାଠ ଫାଳିଆରେ ବାଡେଇ ବାଡେଇ ମାରିଦେଲା । ଏଭଳି ଘଟଣା ଘଟିଛି ଉଦଳା ଥାନା ନୟାରଙ୍ଗାମାଟିଆ ଗ୍ରାମରେ । ରାଇସେନ ମୁର୍ମୁଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଛି ତାଙ୍କ ସ୍ତ୍ରୀ ପାନ ମୁର୍ମୁ ଏବଂ ପ୍ରେମିକ ଚନ୍ଦ୍ରମୋହନ ହେମ୍ବ୍ରମ । ଘଟାଣି ସେତେବେଳେ ଘଟିଥିଲା ଯେତେବେଳେ ଗ୍ରାମରେ ଚାଲିଥିଲା ଜାହିରା ପୂଜା । ଜାହିରା ପୂଜାରେ କୁକୁଡ଼ା ଆଣିବାରେ ବିଳମ୍ବ କରିଥିଲେ ମୃତକ ରାଇସେନ ମୁର୍ମୁ ଯାହାକୁ ନେଇ ସମ୍ପର୍କୀୟ ଭାଇ ଚନ୍ଦ୍ରମୋହନ ହେମ୍ବ୍ରମ ସହିତ ରାଇସେନଙ୍କର ଝଗଡା ହୋଇଥିଲ ।

ଏହି ଝଗଡା ସମୟରେ ରାଇସେନଙ୍କ ସ୍ତ୍ରୀ ପାନ ମୁର୍ମୁ ସେଠାରେ ପହଞ୍ଚି ଚନ୍ଦ୍ରମୋହନଙ୍କ ସପକ୍ଷରେ ରହିଥିଲେ. .ଏପରିକି ସେ ନିଜ ସ୍ୱାମୀକୁ ବିରୋଧ କରିଥିଲେ । କାରଣ ଚନ୍ଦ୍ରମୋହନଙ୍କ ସହିତ ପାନଙ୍କର ଅନୈତିକ ସମ୍ପର୍କ ରହିଥିଲା ଆଉ ଗଢିଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମିକକୁ ବଞ୍ଚାଇବାକୁ ଯାଇ ନିଜ ସ୍ୱାମୀକୁ ଝଗଡା ସମୟରେ ଏକ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଲା ସ୍ତ୍ରୀ ଉଦଳା ପୋଲିସ ଉଭୟ ସମ୍ପର୍କୀୟ ଭାଇ ଓ ସ୍ତ୍ରୀ କୁ ଗିରଫ କରିଛି ।

1 COMMENT

Comments are closed.