ମୁରିବାହାଲ ସରକାରୀ ପଞ୍ଚାୟତି ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

1
48
ମୁରିବାହାଲ ସରକାରୀ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୪/୧) : ମୁରିବାହାଲ ସରକାରୀ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ସବ ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ସଭାପତି ସୁନୀଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ମୁଖ୍ୟ ଅତିଥି, ମୁରିବାହାଲ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ ମୁଖ୍ୟ ବକ୍ତା, ଡ଼ିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ, ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଅଗସ୍ତି ବଘାର, ମହମ୍ମଦ ନିଆଜ, ସୁଦାମ ବଘାର, ପ୍ରଫୁଲ୍ଲ ବଘାର ଓ ରିତା ଶାଣ୍ଢ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଉତ୍ତମ ଶିକ୍ଷା ଓ ଜ୍ଞାନ ଆହରଣ ଦ୍ୱାରା ଛାତ୍ରଛାତ୍ରୀମାନେ ନିଜକୁ ଜଣେ ବଡ ମଣିଷ ଭାବରେ ନୁହେଁ ଜଣେ ଭଲ ମଣିଷ ଓ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳିବା ଉପରେ ବକ୍ତାମାନେ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ସହ ଗୁରୁତ୍ଵପ୍ରଦାନ କରିଥିଲେ ।

ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମର ଶ୍ରେଷ୍ଠ କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀ ତଥା ଶ୍ରେଷ୍ଠ ସ୍ୱେଚ୍ଛାସେବୀମାନଙ୍କୁ ମାନପତ୍ର ଓ ଟ୍ରଫି ସହ ସ୍ଵତନ୍ତ୍ର ରୂପେ ପୁରସ୍କୃତ କରାଯାଇଥିଲା । ସହକାରୀ ଶିକ୍ଷକ ହେମନ୍ତ ନାଗଙ୍କ ସଭା ସଂଯୋଜନାରେ ସିନିୟର ଆସିଷ୍ଟାଣ୍ଟ ପ୍ରଦୀପ କୁମାର ପୁଟେଲ ଧନ୍ୟବାଦ ଦେଇଥିଲେ । ଏହି ବାର୍ଷିକ ଉତ୍ସବରେ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତି, ବିକ୍ରମ ପୁରୋହିତ, ମନୋଜ କୁମାର ସ୍ବାଇଁ, ସୋମନାଥ ମାଝୀ,ସ୍ବାଗତ ମେହେର, କଳାକାହ୍ନୁ ରଣା, ଶିଶିର କୁମାର ବୈଠାରୁ,ଶିକ୍ଷୟିତ୍ରୀ ରଶ୍ମିଲତା ପାତ୍ର, ଦିପ୍ତିମୟୀ ଲେଙ୍କା, ଡି ରିଚେଲ ନାଗ ଓ ସୁରେଶ ମହାକୁର ପ୍ରମୁଖଙ୍କ ସହ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

1 COMMENT

Comments are closed.