ରାଜ୍ୟ ସ୍ତରୀୟ ମହା ବିନାୟକ ସମ୍ମାନରେ ସମ୍ମାନୀତ ହେଲେ ଅଧ୍ୟକ୍ଷା ରେଖା ପ୍ରଧାନ

0
51
ରାଜ୍ୟ ସ୍ତରୀୟ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୧) : ରାଜ୍ୟ ସ୍ତରୀୟ ମହା ବିନାୟକ ସମ୍ମାନରେ ସମ୍ମାନୀତ ହେଲେ ଅଧ୍ୟକ୍ଷା ରେଖା ପ୍ରଧାନ ।WhatsApp Image 2024 01 30 at 10.52.07 jpeg ରାଜ୍ୟ ସ୍ତରୀୟ ମହା ବିନାୟକ ସମ୍ମାନରେ ସମ୍ମାନୀତ ହେଲେ ଅଧ୍ୟକ୍ଷା ରେଖା ପ୍ରଧାନ

ଓଡ଼ିଶା ର ଅଗ୍ରଣୀ ସାହିତ୍ୟ ସଂସଦ ଭାବେ ୨୦୨୨ – ୨୩ରେ ବିଶ୍ଵ ରେକର୍ଡ କରିଥିବା କୈବଲ୍ୟ ସାହିତ୍ୟ ସଂସଦ, ଚଣ୍ଡିଖୋଲ ସ୍ଥିତ ମହା ବିନାୟକ ମନ୍ଦିର ପରିସରରେ ଆୟୋଜିତ ସାରସ୍ଵତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷା ରେଖା ପ୍ରଧାନ ସାରସ୍ଵତ କ୍ଷେତ୍ର ତଥା ସମାଜ ସେବା ଏବଂ ବିଭିନ୍ନ ସମୟରେ ଜନ ସଚେତନତା କାର୍ଯ୍ଯକ୍ରମରେ ବିଶେଷ ଅବଦାନ ପାଇଁ ,, ରାଜ୍ୟ ସ୍ତରୀୟ ମହା ବିନାୟକ ସାରସ୍ଵତ ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି ।

ଓଡ଼ିଆ ଭାଷାରେ ଆମ ପ୍ରକୃତି, ଆମ ସଂସ୍କୃତି ପ୍ରସଙ୍ଗ ରେ ଭାଗ ନେଇ ପାଠକ ଙ୍କୁ ଉତ୍ସାହିତ କରିଥଲେ । ବର୍ଷ ରେ ବିଭିନ୍ନ ସମୟରେ ଏହି ସଂସଦ ବୃକ୍ଷ ରୋପଣ, ଗୀତା ଯଜ୍ଞ, ସଡକ ସୁରକ୍ଷା, ଧାର୍ମିକ ଚର୍ଚ୍ଚା, ଶିକ୍ଷା ସ୍ବାସ୍ଥ୍ୟ ଆଦି ବିଷୟ ରେ ପାଠ ଚକ୍ର ରଖି ଲୋକଙ୍କୁ ସଚେତନ ବାର୍ତ୍ତା ଦେଇଥାଏ । ଏଥି ପାଇଁ ୨୦୨୨ – ୨୦୨୩ବର୍ଷ ରେ ବିଶ୍ଵ ରେକର୍ଡ ରେ ପାଇଛି ।

ଜଣେ ଆଗୁଆ ଧାଡ଼ି ର ନାରୀ ଭାବେ ବହୁ ପୁରସ୍କାର ପାଇଥିବା ଶ୍ରୀମତୀ ପ୍ରଧାନ ଙ୍କୁ ଅନୁଷ୍ଠାନ ର ପ୍ରତି ଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତ ରାୟ, ସଭାପତି ବିଜୟା ଲକ୍ଷ୍ମୀ ସାମନ୍ତ ରାୟ, କୁମାର ବର୍ ଦାସ, ଅଲେଖ ଚନ୍ଦ୍ର ପ୍ରତିଆରି, ଯୁବ ସାହିତ୍ୟିକ ସନ୍ତୋଷ କୁମାର ଖମାରୀ ଡଃ ଦିପାୟନ ପଟ୍ଟନାୟକ, ବିଶ୍ୱଜିତ୍ ସୂର୍ଯ୍ୟ ବଂଶୀ ନିତ୍ୟାନନ୍ଦ ଖମାରୀ, କାଳୀ ପଦ ପଣ୍ଡା, ଡଃ ବସନ୍ତ କିଶୋର ସାହୁ ପ୍ରମୁଖ ଅତିଥି ଏହି ଭାବ୍ୟ କାର୍ଯ୍ୟକ୍ରମ ରେ ଉପସ୍ଥିତ ହୋଇ ସମ୍ମାନୀତ କରିଥିଲେ । ଏହି ଖବର ପାଇ ସ୍ଥାନୀୟ ଲୋକେ ପରିବାର ଏବଂ ଛାତ୍ର ଛାତ୍ରୀ ତଥା ସହକର୍ମୀ ଶୁଭେଚ୍ଛା ଜଣାଇଛନ୍ତି ।