ମହାମହିମ ରାଜ୍ୟପାଳ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ; କର୍ତ୍ତଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦାନ

2
53
ମହାମହିମ ରାଜ୍ୟପାଳ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର , (୨୯/୦୧) : ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆଜି ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ।WhatsApp Image 2024 01 30 at 10.52.05 ମହାମହିମ ରାଜ୍ୟପାଳ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ; କର୍ତ୍ତଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦାନ

ପୋଡୋଶୀ ଜିଲ୍ଲା ବଲାଙ୍ଗିରରୁ ବାହାରି ସୁବର୍ଣ୍ଣପର ଜିଲ୍ଲା ସୋନପୁର ବ୍ଲକ ହରଡଖୋଲ ଠାରେ ସାଧାରଣ ସୁବିଧା କେନ୍ଦ୍ରରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟl ଙ୍କ ସହ ଆଲୋଚନା କରିଥିଲେ l ପରେ ସୋନପୁର ବ୍ଲକ ଅନ୍ତର୍ଗତ ରୁଗୁଡିପାଲି ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ l ଏଠାରେ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୃକ୍ତ କର୍ମୀ ଓ ଶିଶୁଙ୍କ ପିତାମାତାଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ l ସେଠାରେ ସେ ପିଲାମାନଙ୍କୁ ଚକଲେଟ ବାଣ୍ଟି ଥିଲେ । ପରେ ରାଜ୍ୟପାଳ ବାଙ୍କତେନ୍ତୁଳି ଗାଁ’ରେ ପହଞ୍ଚିଥିଲେ । ସେଠାରେ ଗ୍ରାମବାସୀ ଓ ସ୍ଥନୀୟ ଚାଷୀମାନଙ୍କ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ପରେ ବିନିକା ବ୍ଲକ ଅନ୍ତର୍ଗତ ମହାଦେବପାଲି ଗ୍ରାମ ପଞ୍ଚାୟତ କର୍ତ୍ତଙ୍ଗ ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଇଥିଲେ  ।

ପରେ କର୍ତ୍ତଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ନବ ନିର୍ମିତ ତୋରଣ ଉଦଘାଟନ କରିଥିଲେ । ମହାମହିମ ରାଜ୍ୟପାଳ ଶ୍ରୀ ଦାସ ତାଙ୍କ ଅଭିଭାଷଣରେ ଶିକ୍ଷା ସଭ୍ଯତାକୁ ସଂସ୍କାରୀ ତଥା ବିକଶିତ କରିବାରେ ସହାୟକ ହେବା , ଗୁଣାତ୍ମକ ମାନର ନୁତନ ଶିକ୍ଷା ନୀତି ୨୦୧୯ ପ୍ରଣୟନ ଉପରେ ଆଲୋକପାତ କରିଥିଲେ । ଏହି ବିଦ୍ୟାଳୟ ଗଠନର ଗୂରୁଦାୟିତ୍ବ ବହନ କରିଥିବା ମହାନ ବ୍ଯକ୍ତିଙ୍କୁ ସମ୍ମାନୀତ କରିଥିଲେ । ବିଦ୍ୟାଳୟର ସୁବର୍ଣ୍ଣ ସ୍ମରଣିକା ଉନ୍ମୋଚନ କରିଥିଲେ ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧ୍ୟାପକ ମଧୁ ସୁଦନ ପତି ମୂଖ୍ୟବକ୍ତା ଭାବେ ଯୋଗ ଦେଇଥିବାବେଳେ ସୁବର୍ଣ୍ଣପର ଜିଲ୍ଲାପାଳ ବିମଳେନ୍ଦୁ ରାୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । କର୍ତଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ହୋତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଥିରେ ମଞ୍ଚ ପରିଚାଳନା ଘାସିରାମ ପଣ୍ଡା କରିଥିବା ବେଳେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ କମିଟି ସଭାପତି ରଘୁମଣୀ ଦେହେରୀ ସ୍ବାଗତ ଭାଷଣ ଦେଇଥିଲେ । ଶେଷରେ ବିନୋଦ ମିଶ୍ର ଧନ୍ଯବାଦ୍ ଅର୍ପଣ କରିଥିଲେ । ସର୍ବ ପ୍ରଥମ ସକାଳେ ମାଁମାହେଶ୍ବରୀଙ୍କ ଠାରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ସାଂସକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

2 COMMENTS

Comments are closed.