ସମଲେଇ ପ୍ରକଳ୍ପ ର ଲୋକାର୍ପଣ ପାଇଁ ସୁବର୍ଣ୍ଣପୁର ର ପ୍ରମୁଖ ଦେବୀପୀଠରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର

9
54
ସମଲେଇ ପ୍ରକଳ୍ପ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୧) : ଆସନ୍ତା ୨୭ ତାରିଖରେ ସମ୍ବଲପୁରରେ ଉଦଘାଟନ ହେବାକୁ ଥିବା ସମଲେଇ ପ୍ରକଳ୍ପ ପାଇଁ ଆଜି ସମ୍ବଲପୁରର ମାଁ ସମଲେଇ ଙ୍କ ମନ୍ଦିର ରୁ ସୋନପୁର ର ଇଷ୍ଟଦେବୀ ମାଁ ସୁରେଶ୍ଵରୀ, ଓ ମାଁ ସମଲେଇ, ଲଙ୍କେଶ୍ଵରୀ, ଖମ୍ବେଶ୍ୱରୀ, ମେଟାକାନି ଓ ତେଲେଣ୍ଡlର ରାମଚଣ୍ଡୀଙ୍କ ପାଖ କୁ ନିମନ୍ତ୍ରଣ ପହଞ୍ଚିଛି l

ସମଲେଇ ମନ୍ଦିରର ଏହି ପ୍ରତିନିଧି ଦଳଙ୍କ ନଡ଼ିଆ ଗୁଆ କଳସ କୁ ମାଁ ସୁରେଶ୍ଵରୀ ଙ୍କ ମନ୍ଦିର ମୂଖ୍ୟ ଫlଟକ ଠାରେ ଜିଲ୍ଲା ପ୍ରଶାସନ ଓ ନାଗରିକ କମିଟି ପକ୍ଷରୁ ଉଚ୍ଛ୍ୱସିତ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ମାଁ ସୁରେଶ୍ଵରୀ ମନ୍ଦିର କୁ ସମଲେଇ ମାଁ ଙ୍କ ନିମନ୍ତ୍ରଣ ପହଞ୍ଚିଲା ପରେ ନାମ କୀର୍ତ୍ତନ ସହ ମହିଳା ମାନଙ୍କ ଦ୍ବାରା ଭବ୍ୟ ସ୍ବାଗତ କରଯାଇଥିଲା l ନିମନ୍ତ୍ରଣ ପୁର୍ବ ରୁ ପ୍ରଶାସନ ଓ ମନ୍ଦିର କମିଟି ପକ୍ଷରୁ ସୁରେଶ୍ଵରୀ ଙ୍କ ଠାରେ ପୂଜା ଅର୍ଚ୍ଚନା କରଯାଇଥିଲା l ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରୟଣ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତ ରଂଜନ ମିଶ୍ର, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ,ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ବୈକୁଣ୍ଠ ଶତପଥୀ ଓ ବହୁ ଭକ୍ତ , ବୁଦ୍ଧିଜୀବି , ସାମ୍ବାଦିକ ସାମିଲ ଥିଲେ l

9 COMMENTS

Comments are closed.