ଡିଜିଟାଲ ପ୍ରକ୍ରିୟାରେ ସାଧାରଣ ଙ୍କୁ ନ୍ୟାୟ ପ୍ରଦାନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
48
ଡିଜିଟାଲ ପ୍ରକ୍ରିୟାରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୯/୦୧) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ କୋର୍ଟ ସମ୍ମିଳନୀ କକ୍ଷରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି ।

ଡିଜିଟାଲ ପ୍ରକ୍ରିୟାରେ ସାଧାରଣ ଙ୍କୁ ନ୍ୟାୟ ପ୍ରଦାନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ବର୍ତମାନ ସମୟର ଡିଜିଟାଲ ମୋବାଇଲ ଯୁଗରେ କିଭଳି ଆଇନ ଅନୁଯାୟୀ ଲୋକେ ନ୍ୟାୟ ପାଇ ପାରିବେ ଅନ ଲାଇନ ଜରିଆରେ ଆପତ୍ତି, ଅଭିଯୋଗ କରି ପାରିବା, ବିଭିନ୍ନ ବିଷୟରେ କିପରି ସାଧାରଣ ନିୟମ, କାନୁନ ବିଶେରେ ଜାଣି ସଚେତନ ହେବେ ସେ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପାରିବେ ସେ ସବୁ ନେଇ ବିଶଦ ସୂଚନା ନେଇ ସମ୍ମାନିତ ମଞ୍ଚଷିନ କାର୍ଯ୍ୟକର୍ତ୍ତା ଅନୁଷ୍ଠିତ ହୋଇଛି । ଏଥିରେ ଅନ ଲାଇନ ମାଧ୍ୟମରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ତରଫରୁ ଆୟୋଜିତ ସଭାରେ ଅନ ଲାଇନ ଓ ଭିଡ଼ିଓ କନଫରେନ୍ସି ମାଧ୍ୟମ ରେ ତ୍ୱରିତ ନ୍ୟାୟ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆ ଯାଇଥିଲା ।

ପ୍ରକାଶ ଯେ,ସାଧାରଣ ଲୋକଙ୍କ ବିଭିନ୍ନ ମାମଲା ନ୍ୟାୟାଳୟ ରେ ବିଚାରଧୀନ ରହି ୩୦ ବର୍ଷ ୪୦ ବର୍ଷ ପଡ଼ିରହି ଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେବା ସହ ନ୍ୟାୟ ପ୍ରଦାନ ରେ ବ୍ୟାଘାତ ସୃଷ୍ଟି ହେଉଛି ଓ ଅନେକ ମୃତ୍ୟୁ ବରଣ କରି ଯାଉଥିବା ନଜିର ରହିଛି । ଏଣୁ ଡିଜିଟାଲ ଯୁଗରେ କିଭଳି ତାଳ ମେଲାଇ ସାଧାରଣ ନ୍ୟାୟ ପାଈ ପାରିବେ ସେ ନେଇ ବିଶଦ ସୂଚନା ପ୍ରଦାନ କରାଯାଇ ଥିଲା । ଆଗାମୀ ଦିନରେ ଏହି ଡିଜିଟାଲ ପ୍ରକ୍ରିୟା ଯୋଗୁଁ ନିଶ୍ଚିତ ତ୍ୱରିତ ଭାବେ ଶୀଘ୍ର ଜନ ସମୂହ ନ୍ୟାୟ ପାଇ ପାରିବେ ବୋଲି ପ୍ରକାଶ ପାଇଥିଲା । ବରିଷ୍ଠ ଦେୱାନି ତଥା ସହକାରୀ ଦୌରା ବିଚାରପତି କୃଷ୍ନଚନ୍ଦ୍ର ନାୟକ,ଏସ ଡି ଜେ ଏମ ଶାଶ୍ଵତୀ ମହାପାତ୍ର, ପ୍ରମୁଖ ମଞ୍ଚାସିନ ଥିବା ବେଳେ ଆଇନଜୀବୀ ଜିବର୍ଦ୍ଧନ ଛତ୍ରିଆ ତଥା କାର୍ତ୍ତିକ ଛତର ସଭା ପରିଚାଳନା କରିଥିଲେ ।