ସହୀଦ ଦିବସ ପାଳିତ

0
36
ସହୀଦ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୩୦/୧) : ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ସରକାର ସହୀଦ ଦିବସ ରୂପେ ଘୋଷଣା କରିଥିବାରୁ, ଆଜି ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହୀଦ ଦିବସ ପାଳନ ପୂର୍ବକ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।WhatsApp Image 2024 01 30 at 20.12.47 1 ସହୀଦ ଦିବସ ପାଳିତ

ଉପ ଜିଲ୍ଲାପାଳ ସୁଶ୍ରୀ କୀରଣ ଦୀପ କୌରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନିରବ ପ୍ରାର୍ଥନାରେ ଡେପୁଟି କଲେକ୍ଟର ଅଭିଷେକ ସ୍ୱାଇଁ, ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ସତ୍ୟଜିତ ନାୟକ, ସତୀଶ କୁମାର ବଇନି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁରଜ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ସେକ୍ସନ ଅଧିକାରୀ ମନୋରଂଜନୀ କାର୍ଜି, ରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବପୁଜୀଙ୍କ ସ୍ମୃତି ଚାରଣ କରିବା ସହ ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା ଅନ୍ୟ ସହିଦ ମାନଙ୍କର ମଧ୍ୟ ସ୍ମୃତି ଚାରଣ କରାଯାଇଥିଲା । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।