ସୁବର୍ଣ୍ଣପୁର ନୂତନ ଜିଲ୍ଲାପାଳ ଆଇ ଏ ଏସ ଅନ୍ୟା ଦାଶ

5
61
ସୁବର୍ଣ୍ଣପୁର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୩୦/୦୧) : ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ୨୦୧୯ ବ୍ୟାଚ ର ଆଇଏଏସ ଅଫିସର ଶ୍ରୀମତୀ ଅନ୍ୟା ଦାସ ଆଜି ପୂର୍ବାହ୍ନ ରେ ଯୋଗଦାନ ପୂର୍ବକ କାର୍ଯ୍ୟାଭାର ଗ୍ରହଣ କରିଛନ୍ତି l

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର, ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଜିଲ୍ଲାପାଳ ଙ୍କୁ କାର୍ଯ୍ୟାଳୟରେ ସ୍ୱାଗତ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ l ପରେ ପରେ ନୂତନ ଜିଲ୍ଲାପାଳଙ୍କ ସହ ଅଧିକାରୀ ଓ କର୍ମଚାରୀ ବୃନ୍ଦ ସୌଜନ୍ୟ ସାକ୍ଷତ କରିଥିଲେ l ସେ ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଜିଲ୍ଲାର ପ୍ରତ୍ୟକ ବିଭାଗ ନିଜ ବିଭାଗୀୟ କାର୍ଯ୍ୟକ୍ରମର ଲାଭ ଯେପରି ସମସ୍ତ ହିତାଧିକାରୀ ଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l ପୁନଶ୍ଚ ପ୍ରତ୍ୟକ ଅଧିକାରୀ,କର୍ମଚାରୀ ନିଜ ନିଜ କାର୍ଯ୍ୟରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ହେବାକୁ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଦାଶ l

ପରେ ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ସାକ୍ଷତ ଆଲୋଚନା ସମୟରେ ଜିଲ୍ଲାର ଶିକ୍ଷା ସ୍ବାସ୍ଥ୍ୟ, କୃଷି, ପର୍ଯ୍ୟଟନ ସହିତ ସହର ର ଟ୍ରାଫିକ ବ୍ୟବସ୍ଥାର ସୁଧାର ତଥା ଅପହଞ୍ଚ ଅଞ୍ଚଳର ମୌଳିକ ସମସ୍ୟାର ତ୍ୱରିତ କାର୍ଯ୍ୟାନୁଷ୍ଠାନ ସହ ବିକାଶ କ୍ଷେତ୍ରରେ ଗୁରୁତ୍ଵ ପ୍ରଦାନ ପୂର୍ବକ କାର୍ଯ୍ୟ କରିବାକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ଏହା ସହିତ ଜିଲ୍ଲା ର ସମଗ୍ର ବିକାଶ ପାଇଁ ମିଡିଆ ଓ ଜନ ସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି l ଏହା ପୂର୍ବରୁ ସେ ବାରିପଦା ଉପଜିଲ୍ଲାପାଳ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସେ ଦକ୍ଷତାର ସହିତ ଦାୟିତ୍ୱ ନିର୍ବାହ କରିଥିଲେ l ଅପରାହ୍ନ ରେ ଜିଲ୍ଲପାଳ ଶ୍ରୀମତୀ ଦାଶ ଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ବିଭାଗ ବୁଲି ଦେଖି ଥିଲେ l

5 COMMENTS

Comments are closed.