ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳଙ୍କୁ ଘେରିଲେ କୃଷୀମିତ୍ର ଓ ପ୍ରାଣୀ ମିତ୍ର

0
33
ଜିଲ୍ଲାପାଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୩୧/୦୧) : ଆଜି ମଙ୍ଗଳ ବାର ଦିନ ୧୧.୩୦ମିନିଟ ସମୟରେ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୨୨ଟି ପଞ୍ଚାୟତର କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାନେ ଜିଲ୍ଲାପାଳ ଙ୍କୁ ଘେରିଥିଲେ ।

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳଙ୍କୁ ଘେରିଲେ କୃଷୀମିତ୍ର ଓ ପ୍ରାଣୀ ମିତ୍ର । ସେମାନେ ୨୦୧୮ ମସିହାରୁ ନିଯୁକ୍ତି ପାଇ ୨୦୨୦ ମସିହାରୁ ନିଜର କାର୍ଯ୍ୟ ସୂଚାରୁ ରୁପେ କରି ଆସୁଥିଲେ ମଧ୍ୟ ନିଜର ଦରମା ପାଇବାରୁ ୧ବର୍ଷ ହେବ ବଞ୍ଚିତ ଅଛନ୍ତି । ଦରମା ନପାଇ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ତୁରନ୍ତ ବକୟା ଦରମା ପ୍ରଦାନ ଏବଂ ସେମାନଙ୍କ ଚାକିରୀକୁ ସ୍ଥାୟୀ କରିବା ପାଇଁ ଜିଲ୍ଲାପାଳ ମନୋରଞ୍ଜନ ମଲିକଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ତୁରନ୍ତ ଏଥି ପ୍ରତି ଦୃଷ୍ଟି ନ ଦିଆ ଗଲେ ସେମାନେ ଆନ୍ଦୋଳନ କୁ ଓଲାହିବେ ବୋଲି ପ୍ରକାଶ କରିଛନ୍ତି । ତୁରନ୍ତ ଏଥି ପ୍ରତି ପଦକ୍ଷପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।