ପାରିବାରିକ କଳହ ଯୋଗୁଁ ଅପହରଣ କଲା ମଉସା

1
39
ପାରିବାରିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୩୧/୦୧) : ପାରିବାରିକ କଳହ ଯୋଗୁଁ ଦୁଇ ଜଣ ପିଲାଙ୍କୁ ଅପହରଣ କରିନେଲା ମଉସା

ସୋର ଥାନା କଲେଜଛକ ନିକଟରୁ ଦୁଇଜଣ ପିଲା ବିଦ୍ୟାଳୟକୁ ଆସିବା ସମୟରେ ଅପହରଣ କରାଯାଇଥିବା ନେଇ ସୋର ଥନାରେ ଲିଖିତ ଅଭିଯୋଗ ଜଣାଇବା ପରେ ସୋର ପୋଲିସ ପିଲା ଦୁଇ ଜଣଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସୂଚନା ଅନୁସାରେ ସୋର ଥାନା ସରସଙ୍ଖ ଗ୍ରାମର ସାଗରିକା ସାମଲ ତାଙ୍କର ଦୁଇଟି ପିଲାଙ୍କୁ ନେଇ କଲେଜ ଛକ ନିକଟସ୍ଥ ଇଟୁଆ ସ୍କୁଲରେ ଛାଡିଥିଲେ । ମାତ୍ର ମଧ୍ୟାହ୍ନ ସମୟରେ ତାଙ୍କ ଭଉଣୀଙ୍କ ସ୍ୱାମୀ ବେଲଦା ଗ୍ରାମର ବଂଶୀଧର ମହାନ୍ତି କାହାକୁ କିଛି ନ କହି ପିଳାଦୁଇଜଣଙ୍କୁ ନେଇ କୁପାରି ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ଛାଡିଥିଲେ ।

ସାଗରିକା ଏ ବାବଦରେ ଜାଣିବା ପରେ ତାଙ୍କ ପିଲାଙ୍କୁ ଅପହରଣ କରାଯାଇଥିବା ନେଇ ଥନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବଂଶୀଧରକୁ ଥନାରେ ଅଟକ ରଖି ପଚରାଉଚରା କରିଥିଲା । ପରେ ସେ ପିଲା ଦୁଇ ଜଣଙ୍କୁ ରାଗରେ ଅପହରଣ କରି କୁପାରି ନିକଟସ୍ଥ ଏକ ପେଟ୍ରୋଲ ପମ୍ପରେ ଛାଡିଥିବା କହିଥିଲେ । ପରେ ପୋଲିସ ଉକ୍ତ ପେଟ୍ରୋଲ ପମ୍ପ ନିକଟରୁ ପିଲା ଦୁଇ ଜଣଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ବଂଶୀଧରକୁ କୋଟ ଚାଲାଣ କରିଛି ।

1 COMMENT

Comments are closed.