ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ; ୭ଟି ସ୍ଥାନରେ ଚଢ଼ାଉ

1
42
ଭିଜିଲାନ୍ସ ଜାଲରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୩୦/୦୧) : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ଆୟ ବର୍ହିଭୂତ ସଂପତ୍ତି ଅଭିଯୋଗରେ ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।

ମାଲକାନଗିରି, ଭୁବନେଶ୍ୱର ଓ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ସମେତ ୭ଟି ସ୍ଥାନରେ ଏହି ଚଢାଉ ଜାରି ରହିଛି । ସଞ୍ଜୟଙ୍କର ମାଲକାନଗିରିରେ ଥିବା ଭଡ଼ା ଘର ଓ କାର୍ଯ୍ୟାଳୟ, ଜଳେଶ୍ୱରରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା ନିଜସ୍ୱ ଏକ ଫ୍ଲାଟ୍ ଓ ପୋଖରୀପୁଟରେ ଥିବା ଶ୍ୱଶୁର ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ଏପରିକି କନିଷ୍ଠ ଯନ୍ତ୍ରୀ ଯେଉଁ ଘରେ ମାଲକାନଗିରିରେ ଭଡ଼ାରେ ରହୁଛନ୍ତି, ସେହି ଭଡ଼ା ଘର ମାଲିକଙ୍କ ଘରେ ମଧ୍ୟ ରେଡ୍ ଚାଲିଥିବା ସୂଚନା ରହିଛି । ସଞ୍ଜୟ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଛି ।

1 COMMENT

Comments are closed.