ଦୁଇ କବାଡିଆଙ୍କ ଉପରେ ମାଡ଼ିଗଲା ଟ୍ରକ୍

0
40
ଦୁଇ କବାଡିଆଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୩୧/୦୧) : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଡିହଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି ।

ଦୁଇ କବାଡିଆଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଏକ ମଦ ବୋଝେଇ ଟ୍ରକ୍ ଧକ୍କାରେ ଜଣେ କବାଡିଆ ବେପାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଦୁଇ ଜଣ ସାଙ୍ଗ ବାଇକରେ ବେପାର କରିବା ପାଇଁ ଆସୁଥିଲେ। ଏହି ସମୟରେ ଡିହଗାଁ ଛକ ନିକଟରେ ଉଭୟଙ୍କୁ ମଦ ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା । ପରେ ଟ୍ରକଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ହେଲପରକୁ ଧରି ପୁଲିସ ଜିମାରେ ଦେଇଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ବାଇକ୍‌ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି ।