5T ସ୍କୁଲ ରୂପାନ୍ତରଣ ୪ର୍ଥ ପର୍ଯ୍ୟାୟରେ ୨୮୬ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

1
38
5T ସ୍କୁଲ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୪/୦୧) : ରାଜ୍ୟ ସରକାର 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି

ଖୋର୍ଦ୍ଧା, ସୁବର୍ଣ୍ଣପୁର , ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାର ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରାଯାଇଛି । ଚତୁର୍ଥ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାର ୧୪ଟି ହାଇସ୍କୁଲକୁ 5T ରେ ଅନ୍ତର୍ଭୁକ୍ତ କରାଯାଇଛି । ଆଭାସୀ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାର ଶିକ୍ଷାକୁ ସବୁବେଳେ ଗୁରୁତ୍ବ ଦେଇ ଆସୁଛନ୍ତି ଏଥିପାଇଁ ଅର୍ଥର ଅଭାବ ନାହିଁ ବୋଲି କହିଥିଲେ ।

ବୀରମହାରାଜପୁର ବ୍ଲକ ଜଟେସିଙ୍ଘା ହାଇସ୍କୁଲରେ ଅନୁଷ୍ଠିତ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସମାରୋହରେ ମାନ୍ୟବର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜାରୀ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ବଡସ୍ବପ୍ନ ଦେଖ ଓ କଠିଣ ପରିଶ୍ରମ କରି ରାଜ୍ୟ ପାଇଁ ସୁନାମ ଆଣିବାକୁ କହିଥିଲେ । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ପ୍ରମୁଖ ଉପସ୍ତିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଜଟେସିଙ୍ଘା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ରିମା ଦେହୁରୀ ତାଙ୍କ ସ୍କୁଲକୁ 5Tରେ ରୂପାନ୍ତରିତ କରିଥିବାରୁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

1 COMMENT

Comments are closed.