ଜି.ଏମ୍.ଆର୍ କମଳାଙ୍ଗ ଏନର୍ଜୀ ଲିଂ ଦ୍ୱାରା ଠିକାଦାରମାନେ ଶୋଷିତ

0
31
ଜି.ଏମ୍.ଆର୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୩୧/୧) : ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଜି.ଏମ୍.ଆର୍ କମଳାଙ୍ଗ ଏନର୍ଜୀ ଲିଂ ଦ୍ୱାରା ସଂଶ୍ଳିଷ୍ଟ ଠିକାଦରମାନେ ଶୋଷିତ ହୋଇଛନ୍ତି ବୋଲି ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଓ ଆରକ୍ଷୀ ଅଧିକ୍ଷକ ସନ୍ଦୀପ୍ ସମ୍ପଦଙ୍କୁ ଭେଟି ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

ପ୍ରକାଶ ଯେ, ଜିଏମ୍‌ଆର୍ କମ୍ପାନୀ ପାୱାର ପ୍ଲାଟ ସ୍ଥାପନ ନିମନ୍ତେ କମଳାଙ୍ଗ ଗ୍ରାମକୁ ସ୍ଥିର କରି ଏସ୍‌ଇପିସିଓ ନାମକ ଏକ ନିର୍ମାଣ ସଂସ୍ଥାକୁ ଠିକାଦାର ଭାବରେ ଚୟନ କରିଥିଲେ, ଯାହାକି ଏକ ଚାଇନା ସଂସ୍ଥା ଥିଲା । ଉକ୍ତ ସଂସ୍ଥା ନିର୍ମାଣ କାର୍ଯ୍ୟରେ କିଛି ଠିକାଦାରଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ କରାଇଥିଲା । ଉକ୍ତ କାର୍ଯ୍ୟରେ ସମସ୍ତ ଠିକାଦରମାନେ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ତ୍ବରିତ ବେଗରେ କାର୍ଯ୍ୟ କରିଥିଲେ । କିନ୍ତୁ ୨୦୧୪ ମସିହାରେ ଜିକେଇଏଲ୍ ଓ ଏସଇପିସିଓ ମଧ୍ୟରେ ମନୋମାଳିନ ସୃଷ୍ଟି ହୋବ କାରଣରୁ ଦୁଇ କମ୍ପାନୀ ୫୮୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ଟଙ୍କା ଅଗ୍ରୀମ ଅର୍ଥ ନେଇଯାଇଥିଲା । ଯେଉଁଥୁରେ ଠିକାଦାରମାନଙ୍କର ମଧ୍ୟ ପ୍ରାପ୍ୟ ଅର୍ଥ ରହିଥିଲା ।

ସେହି ସମୟରେ ଏସ୍‌ଇପିସିଓ ଭାରତ ଛାଡି ଚାଲି ଯାଇଥିଲେ ମଧ୍ଯ ଜିକେଇଏଲ୍‌ ସଂସ୍ଥା ଢେଙ୍କାନାଳରେ ରହି ପାୱାର ପ୍ଲାଟ ମାଧ୍ୟମରେ ପ୍ରଚୁର ଅର୍ଥ ଉପାର୍ଜନ କରିଚାଲିଛି । କିନ୍ତୁ ଠିକାଦାରମାନଙ୍କୁ ଏଯାବତ୍ କୌଣସି ପ୍ରାପ୍ୟ ପ୍ରଦାନ କରୁନାହିଁ । ଦୀର୍ଘ ୧୦ ବର୍ଷ ଧରି ଠିକାଦାରମାନେ ବିଭିନ୍ନ ପ୍ରକାର ଶାନ୍ତିପୂର୍ଣ୍ଣ ଧାରଣା ଯୋଗୁଁ ତଥା ଢେଙ୍କାନାଳ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଆଲୋଚନା କରି ଅଳ୍ପ କିଛି ସ୍ଥାନୀୟ ଠିକାଦାରଙ୍କୁ କମ୍ ମାତ୍ରାରେ ଅର୍ଥ ପଇଠ କରିଥିଲା । ଜିକେଇଏଲ୍ କେବଳ ଟାଳଟୁଳ ନୀତି ଅବଲମ୍ବନ କରିଚାଲିଛି ।

ଏହାରି ଭିତରେ ଠିକାଦରମାନଙ୍କ ବକେୟା ପ୍ରାପ୍ୟ ୧୬ କୋଟି ଟଙ୍କାରେ ପହଁଚିଲାଣି । ସବୁ କ୍ଷେତ୍ରରେ ସମସ୍ତ ଚେଷ୍ଟା କରି ନିରାଶ ହେବା ପରେ ଏବେ ଗଣମାଧ୍ୟମଙ୍କ ଆଶ୍ରୟ ନେଇଛନ୍ତି ବୋଲି ରାଜ୍ୟ ଠିକାଦାର ସଂସ୍ଥା ସଭାପତି ପ୍ରବାତ ଦାଶ, ସୁରେଶ ରଞ୍ଜନ ସାହୁ, ଶୁଭେନ୍ଦୁ ସାମନ୍ତ ଓ ହଭିନ୍ ମୋରେ ପ୍ରମୁଖ ଜିଲ୍ଲାପାଳ ଓ ଆରକ୍ଷୀ ଅକ୍ଷକଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ।