ବୌଦ୍ଧ ଜିଲ୍ଲା ବିଜେପି ତରଫରୁଏକ ଦିବସୀୟ କର୍ମଶାଳା” ଗାଁ କୁ ଚାଲ ଅଭିଯାନ ଅନୁଷ୍ଠିତ

0
69
ବୌଦ୍ଧ ଜିଲ୍ଲା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୧/୦୨) : ଆଜି ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ ଏକ ଦିବସୀୟ ,” ଗାଁ କୁ ଚାଲ ଅଭିଯାନ” ପ୍ରସ୍ତୁତି ବୈଠକ କର୍ମଶାଳା ଅନୁଷ୍ଠିତ ହୋଇଥିଲ। ।WhatsApp Image 2024 01 31 at 20.40.37 ବୌଦ୍ଧ ଜିଲ୍ଲା ବିଜେପି ତରଫରୁଏକ ଦିବସୀୟ କର୍ମଶାଳା" ଗାଁ କୁ ଚାଲ ଅଭିଯାନ ଅନୁଷ୍ଠିତ

ଆଜିର ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ମଶାଳା ରେ ରାଜ୍ୟ ବିଜେପି ତରଫରୁ ଶ୍ରୀ ଭଗବାନ ମହାନ୍ତି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା କଂଧମାଳ ଜିଲ୍ଲାର ଯୋଗଦାନ୍ କରି ଗାଁ’କୁ ଚାଲ ଅଭିଯାନ ବିଷୟରେ ବିଭିନ୍ନ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ । ଆଗାମୀ ଫେବୃଆରୀ ମାସ ୯,,୧୦, ଓ ୧୧ ତାରିଖ ତିନିଦିନ ଧରି ଜିଲ୍ଲା ର ମୋଟ ୧୦ ଗୋଟି ମଣ୍ଡଳ ର ୪୧୧ ଗୋଟି ବୁଥ ସ୍ତରୀୟ ସମସ୍ତ ଗ୍ରାମ ଓ ପଡା ମାନଙ୍କୁ ଜିଲ୍ଲା ବିଜେପି ର ବରିଷ୍ଟ ନେତୃବୃନ୍ଦ ପ୍ରମୁଖ ଙ୍କ ସହିତ ମଣ୍ଡଳ, ମୋର୍ଚ୍ଚା, ଶକ୍ତି କେନ୍ଦ୍ର ର ତ୍ରିଦେବ ମାନଙ୍କୁ ନେଇ ଗାଁ କୁ ଚାଲ ଅଭିଯାନ କରାଯିବା ପାଇଁ ସ୍ଥିର କରାଯାଇଥିଲା ।

ଆଗାମୀ ଦିନରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ବିଗତ ସାଢେ଼ ନ ବର୍ଷ ଧରି ଶାସନ କାଳରେ ହୋଇଥିବା ବିଭିନ୍ନ ଐତିହାସିକ କାର୍ଯ୍ୟ ବିଶେଷ କରି ଗରିବ ଲୋକଙ୍କ ପାଇଁ ହୋଇଥିବା ବିଭିନ୍ନ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଣ, ମାଗଣା ରେ ଆଗାମୀ ୫ ବର୍ଷ ପାଇଁ ଚାଉଳ ପ୍ରଦାନ, ସ୍ୱଚ୍ଛ ଭାରତ ଅଭିଯାନ ରେ ପାଇଖାନା ଯୋଗାଣ, ସବୁ ଘରକୁ ପିଇବା ପାଣି ଯୋଗାଣ, ରିହାତି ଦରରେ ଗରିବ ପରିବାର ଙ୍କୁ ଗ୍ୟାସ ଯୋଗାଣ , ମହିଳା ମାନଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ସହିତ ମୋଦୀ ଗ୍ୟାରେଣ୍ଟି ଯୋଜନା ଇତ୍ୟାଦି ସବୁ କେନ୍ଦ୍ରୀୟ ଯୋଜନା ରେ ପ୍ରଦାନ କରାଯାଉଥିବା ଅନୁଦାନ ବିଷୟରେ ଘରକୁ ଘର ବୁଲି ଜଣାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

ଆଜିର ଏହି ପ୍ରସ୍ତୁତି ବୈଠକ ରେ ସମସ୍ତ ମଣ୍ଡଳ ସଭାପତି, ମୋର୍ଚ୍ଚା ସଭାପତି ଓ ବିଜେପି ବରିଷ୍ଠ ନେତୃବୃନ୍ଦ ସର୍ବ ଶ୍ରୀ କନେ ହିଁ ଚରଣ ଡ।ଙ୍ଗ, ସୁଶାନ୍ତ ପ୍ରଧାନ, ପ୍ରେମାନନ୍ଦ ମିଶ୍ର, ତାପସ କୁମାର ପଟ୍ଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ, ପୂର୍ଣ୍ଣ ଚନ୍ଦ୍ର ଗାଈ ଗୌରୀ ଆ, ଶମ୍ଭୁ ପ୍ରସାଦ ମୁଣ୍ଡା ଶ୍ରୀମତୀ ମୀନାରାଣୀ ମିଶ୍ର, ନମିତା ରାଣୀ ଦାସ, ରାଜୀବ ଦେହୁରୀ, ମନୋରଞ୍ଜନ ଦାସ, ସଞ୍ଜୀବ କୁମାର ମହାପାତ୍ର , ନିରଞ୍ଜନ ଦାନୀ, ରବି ନାରାୟଣ ପ୍ରଧାନ, ସୁଶାନ୍ତ ବାଘ, ଶ୍ରୀତମ ଡାଙ୍ଗ, ଚଞ୍ଚଳ ରଣା, ଗୋପୀ ନାଥ କଂହର, ମାଗୁଣି ଗାଈ ଗୌରୀ ଆ, ବିଶି କେଶ ନ ପ୍ରଧାନ,, ସରୋଜ ପ୍ରଧାନ, ରାଜ କୁମାର ମେହେରଙ୍କ ସହିତ ୧୦ ଗୋଟି ମଣ୍ଡଳର ସଭାପତି ଙ୍କ ସହିତ ମଣ୍ଡଳ ଓ ଶକ୍ତିକେନ୍ଦ୍ର ତ୍ରିଦେବ ଓ ଅନ୍ୟାନ୍ୟ ବହୁ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ l