ତହସିଲ କାର୍ଯ୍ୟାଳୟ ଘେରିଲେ ସି ପି ଆଇ (ଏମ୍ ଏଲ) ଲିବରେସନ ଓ କୃଷକ ସଂଘର୍ଷ ମୋର୍ଚ୍ଚାର କର୍ମକର୍ତ୍ତା

0
39
ତହସିଲ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ପଦ୍ମପୁର, (୨/୨) : ଆଜି ସିପିଆଇ (ଏମ୍ ଏଲ) ଲିବରେସନ ଓ ଆାଦିବାସୀ ସଂଘର୍ଷ ମୋର୍ଚ୍ଚା (ଏ ଏସ୍ ଏମ୍) ତରଫରୁ ପଦ୍ମପୁର ବ୍ଲକ ର ସୁନାରିଘାଇ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ଯାଳୟ ସମ୍ମୁଖ ଗଣ ବିକ୍ଷୋଭ ଓ ଧାରଣା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟ ୧୨ ଦଫା ଦାବି ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।WhatsApp Image 2024 02 02 at 15.26.24 ତହସିଲ କାର୍ଯ୍ୟାଳୟ ଘେରିଲେ ସି ପି ଆଇ (ଏମ୍ ଏଲ) ଲିବରେସନ ଓ କୃଷକ ସଂଘର୍ଷ ମୋର୍ଚ୍ଚାର କର୍ମକର୍ତ୍ତା

ଏମ୍ ଜି ଏନ୍ ଆର୍ ଜି ଏ କାମରେ ବର୍ଷ କୁ ୨୦୦ ଦିନ କାମ ଦୈନିକ ୬୦୦ ଟଙ୍କା ମଜୁରୀ, ପଦ୍ମପୁର ବ୍ଳକ୍ ର ସମସ୍ତ ଙ୍କୁ ରେସନ୍ କାର୍ଡ ଓ ପ୍ରତ୍ୟେକ କାର୍ଡ ଧାରୀଙ୍କୁ ୫୦ କେ.ଜି. ଚାଉଳ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇବା, ପଦ୍ମପୁର ବ୍ଲକ୍‌ର ପ୍ରତ୍ୟେକ ପଞ୍ଚାୟତ ହେଡ଼କ୍ୱାଟରରେ ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ମାନଙ୍କୁ ମାସିକ ୩୦୦୦ ପେନସନ୍ ଯୋଗାଇବା ଏବଂ ପଦ୍ମପୁର ଠାରେ ଶୀତଳ ଭଣ୍ଡାର ନିର୍ମାଣ କରିବା, ଧାନ କୁଇଣ୍ଟାଲ ପିଛା ୩୦୦୦ ଟଙ୍କା ପ୍ରଦାନ କରିବା, ଏବଂ ଚାଷୀମାନଙ୍କୁ ପେନସନ୍ ପ୍ରଦାନ କରିବା, ଜଙ୍ଗଲ ଅଧିକାର ଆଇନ୍ ୨୦୦୬ର କଠୋର କାର୍ଯ୍ୟକାରିତା କରିବା ।

ପ୍ରତ୍ୟେକ ଭୂମିହୀନ ଆଦିବାସୀ ପରିବାର ମାନଙ୍କୁ ଅଧିନିୟମ ୭ ଅନୁସାରେ ଜମିର ପଟ୍ଟା ଯୋଗାଇ ଦେବା, ଖମାପଦର ଗ୍ରାମର ଗଙ୍ଗା ଯମୁନା ସାହିରେ ବସବାସ କରି ରହୁଥିବା ବାସିନ୍ଦାଙ୍କୁ ଘରଡ଼ହି ପଟ୍ଟା ପ୍ରଦାନ କରବା, ପଦ୍ମପୁର ବ୍ଲକ୍‌ର ପ୍ରତ୍ୟେକ ପଞ୍ଚାୟତରେ ଅମିନ୍ ଓ ଆର୍.ଆଇଙ୍କୁ ମାସିକ ୧୫ ଦିନ ଆଦିବାସୀ ଲୋକମାନଙ୍କ ଦଖଲରେ ଥିବା ଜମିକୁ ସର୍ଭେ କରିବା ପାଇଁ ପଦ୍ମପୁର ତହସିଲଦାରଙ୍କ ଦ୍ବାରା ଅନୁମତି ପ୍ରଦାନ କରବା, ପଦ୍ମପୁର ବ୍ଳକର କୋଇଲିକୋଟା ଗ୍ରାମର ଆଦିବାସୀମାନଙ୍କ ଉପରେ ହୋଇଥିବା ମିଥ୍ୟା କେସ୍ ପ୍ରତ୍ୟାହାର କରିବା, ପଦ୍ମପୁର ବ୍ଲକ୍‌ର ଲୁଚାଇ ରଖୁଥିବା ସିଲିଂ ବହିଃର୍ଭୁତ ଜମି ଗୁଡ଼ିକୁ ଆଦିବାସୀ ଗରୀବ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରିବା ।

ଚାଷିମାନଙ୍କୁ ରୁଣ ଛାଡ କରିବା ଓ ନୂଆ ରଣ ଯୋଗାଇବା ଏବଂ ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଓ ଚାଷୀମାନଙ୍କୁ ଋଣ ଛାଡ଼ କରିବା ଓ ଜଙ୍ଗଲ ଜାତ ଦ୍ରବ୍ଯ ବିକ୍ରି କରିବା ପାଇଁ ମଣ୍ଡିର ବ୍ୟବସ୍ଥା କରିବା, ତେମ୍ବାଗୁଡା ପଞ୍ଚାୟତ ହର୍ଲାଗୁଡ଼ା ନାଳକୁ ଚେକ୍ ଡ୍ୟାମ ନିର୍ମାଣ କରି ଚାଷୀଙ୍କୁ ଜଳ ସେଚନର ସୁବିଧା ଯୋଗାଇବା, କୋଇଲିକୋଟା, ଲାଉଗୁଡ଼ା, ଇନ୍ଦୁପୁର, ଅଣ୍ଠୁଗୁଡ଼ା, ଖମାପଦର, ଜାତିଲି, ରୟାଲ୍ ପଦର ଗାଁ’ର ଆଦିବାସୀମାନଙ୍କ ର ଭୋଗ ଦଖଲରେ ରହିଥିବା ଜମିର ପଟ୍ଟା ପ୍ରଦାନ କରିବ ।

ପଦ୍ମପୁର ବ୍ଲକ୍‌ର ଆଖୁସିଂ ପଞ୍ଚାୟତ ସୌରା ଆମ୍ଭକୁଲା ଗ୍ରାମର ପ୍ରାୟ ୨୦ ଟି ଚାଷୀ ପରିବାରକୁ ମଣ୍ଡିରେରେ ଧାନ ବିକ୍ରି କରିବା ପାଇଁ ଟୋକେନ୍ ଦେବାର ସୁ ବ୍ୟବସ୍ଥା କରିବା ନେଇ ଦାବି କରାଯାଇଛି । ଆଜିର ଏହି ଗଣଧାରଣା କାର୍ଯ୍ୟକ୍ରମକୁ ତ୍ରୀପତି ଗମାଙ୍ଗ ପରିଚାଳନା କରିଥିବାବେଳେ , ବୃନ୍ଦାବନ ବିଡିକା, ରାଜେନ୍ଦ୍ର ମାଝୀ, କର୍ଣ୍ଣ ଏଲ ଗମାଙ୍ଗ, ରବି ନିମାଲା, ରଇବା ଶବର, ଶ୍ୟାମ ଶବର , କଟରି ଶବର, ଡୁସା ଶବର, ମିନ ଶବର, ଗିରିଧର ଶବର, ଭିମ ମାଝୀ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।